ETV Bharat / city

ଆଜି ରଜ ସଂକ୍ରାନ୍ତି; ଘରେ ରହି ଜମୁଛି ପିଠାପଣାର ଆସର ଓ ଲୁଡୋ ମଉଜ

ଆଜି ଦ୍ବିତୀୟ ରଜ ବା ରଜ ସଂକ୍ରାନ୍ତି । ଏହାକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ । ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ଦ୍ବିତୀୟ ଦିନ । ଅଧିକ ପଢନ୍ତୁ...

author img

By

Published : Jun 15, 2021, 7:42 AM IST

ଆଜି ରଜ ସଂକ୍ରାନ୍ତି
ଆଜି ରଜ ସଂକ୍ରାନ୍ତି

ଭୁବନେଶ୍ବର: ପହିଲି ରଜ ପରେ ଆଜି ଦ୍ବିତୀୟ ରଜ । ଏହାକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ । ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ଦ୍ବିତୀୟ ଦିନ ।

ରଜ ପାଇଁ ଗାଁଠାରୁ ନେଇ ସହର ଚଳଚଞ୍ଚଳ ହୋଇଉଠେ । ଘରେ ଘରେ ପିଠାପଣା, ଦୋଳିର ଆସର ଜମେ । ଝିଅମାନେ ସଜବାଜ ହୋଇ ନୂଆ ପୋଷାକ ପିନ୍ଧି ରଜ ପର୍ବ ପାଳନ କରନ୍ତି । ପ୍ରତି ବର୍ଷ ଏହି ତିନିଦିନକୁ ଉତ୍କଣ୍ଠାର ସହିତ ପାଳନ କରନ୍ତି ପ୍ରତିଟି ଓଡିଆ । ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ ଜମିରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି । ଆଷାଢର ପ୍ରଥମ ବର୍ଷା ପୃଥୀବୀକୁ ଶୀତଳ କରିଥାଏ । ରଜ ତିନିଦିନ ଧରା ଉପରେ କୌଣିସ କାର୍ଯ୍ୟ କରାଯାଇନଥାଏ । ସମସ୍ତ କୃଷି କାର୍ଯ୍ୟରୁ ବିରତୀ ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଥାନ୍ତି କୃଷକଭାଇ ।

ରଜ ପର୍ବ ପାଳନ ପାଇଁ ମାସକ ଆଗରୁ ଘରେ ଘରେ ଆରମ୍ଭ ହୁଏ ପ୍ରସ୍ତୁତି । ରଜ ଦିନ ଭଳିକି ଭଳି ପିଠାପଣା ପାନ ଖିଆ ସହତି ଦୋଲି ଖେଳି ପର୍ବଟିକୁ ସମସ୍ତେ ପାଳନ କରନ୍ତି । ମାତ୍ର ଚଳିତ ବର୍ଷ କୋରୋନା ମହାମାରୀ ରଜ ପର୍ବକୁ ଫିକା କରି ଦେଇଛି । କଟକଣା ସହିତ ଘରେ ରହି ସମସ୍ତେ ରଜ ପର୍ବ ପାଳନ କରିଛନ୍ତି । ଚଳିତ ବର୍ଷ ବାହାରକୁ ଯିବା ଓ ସାଙ୍ଗମାନଙ୍କ ସହିତ ବୁଲିବା ଉପରେ ସିନା କଟକଣା ଲାଗିଛି ହେଲେ ପିଠାପଣାରେ କଟକଣା ଲାଗିନାହିଁ । ବାହାରକୁ ନଯାଇ ଘରେ ରହି ସମସ୍ତେ ଏହି ମାଟିର ପର୍ବ ରଜକୁ ପାଳନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.