ଭୁବନେଶ୍ବର: ଆଜି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ପକ୍ଷରୁ ବି.ଟେକ, ବି.ଆର୍କ,ବି,ପ୍ଲାନ, ବି. କ୍ୟାଟ ଓ ଇଣ୍ଟିଗ୍ରେଟେଡ ପାଠ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସିଟ ଆଲଟମେଣ୍ଟ ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଅନଲାଇନ ରିପୋର୍ଟିଂ ହେବ ।
ଯୋଗ୍ୟ ବିବେଚିତ ଛାତ୍ରାଛାତ୍ରୀ ନାମଲେଖା ପାଇଁ ଅନଲାଇନରେ ଫି ଦାଖଲ କରିବେ । ଏହା ସହ ଡକ୍ୟୁମେଣ୍ଟ ସବୁ ଅପଲୋଡ କରିବେ । ଆସନ୍ତାକାଲିଠୁ ୧୩ ତାରିଖ ପର୍ଯ୍ୟନ୍ତ ସିଟ ବଣ୍ଟନ ପ୍ରକ୍ରିୟାରୁ ନିଜକୁ ବାହାର କରିପାରିବେ । ଆଗରୁ ପଞ୍ଜୀକରଣ କରିନଥିବା ଜେଇଇ ମେନ୍ ରାଙ୍କଧାରୀ ଓ ସ୍ବତନ୍ତ୍ର ଓଜେଇଇରେ ରାଙ୍କ ପାଇଥିବା ଛାତ୍ରଛାତ୍ରୀ ୧୦ ରୁ ୧୫ ତାରିଖ ଭିତରେ ଚଏସ ଲକିଂ ସହ ପଞ୍ଜୀକରଣ କରିପାରିବେ ।
୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ସିଟ ଆଲଟମେଣ୍ଟ ହେବ । ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ୧୮ରୁ ୨୦ ଅନଲାଇନ ରିପୋଟିଂ ହେବ । ୨୫ରେ ଶେଷ ପର୍ଯ୍ୟାୟ ସିଟ ଆଲଟମେଣ୍ଟ କରାଯିବ । ଏହାର ନାମଲେଖା ୨୫ ରୁ ୨୬ ତାରିଖ ହେବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ