ETV Bharat / city

ଆଜି ଦହିବରା ଆଳୁଦମ୍‌ ଦିବସ

author img

By

Published : Mar 1, 2021, 1:04 PM IST

'ଦହିବରା ଆଳୁଦମ୍‌ ' ଖାଲି ଏକ ଡିସ୍‌ ନୁହେଁ ପ୍ରତି ଓଡିଆଙ୍କ ଭାବ ଓ ସ୍ବାଦ ସହ ଜଡିତ । ଯାହା ନା ଶୁଣିଲେ ବିଶ୍ବର କୋଣ ଅନୁକୋଣରେ ଥିବା ପ୍ରତି ଓଡିଆଙ୍କ ମୁହଁରେ ପାଣି ଆସିଯାଏ । କଟକର ଗଳିକନ୍ଦିରୁ ବାହାରି ବିଶ୍ବ ସ୍ତରରେ ଓଡିଆଙ୍କୁ ଗର୍ବିତ କରିଛି 'ଦହିବରା ଆଳୁଦମ୍‌ ' । ଯାହାର ସୁଆଦ ଯିଏ ଖାଇଛି ସିଏ ଜାଣିଛି ।

ଆଜି ଦହିବରା ଆଳୁଦମ୍‌ ଦିବସ
ଆଜି ଦହିବରା ଆଳୁଦମ୍‌ ଦିବସ

ଭୁବନେଶ୍ବର: 'ଦହିବରା ଆଳୁଦମ୍‌ ' ଖାଲି ଏକ ଡିସ୍‌ ନୁହେଁ ପ୍ରତି ଓଡିଆଙ୍କ ଭାବ ଓ ସ୍ବାଦ ସହ ଜଡିତ । ଯାହା ନା ଶୁଣିଲେ ବିଶ୍ବର କୋଣ ଅନୁକୋଣରେ ଥିବା ପ୍ରତି ଓଡିଆଙ୍କ ମୁହଁରେ ପାଣି ଆସିଯାଏ । କଟକର ଗଳିକନ୍ଦିରୁ ବାହାରି ବିଶ୍ବ ସ୍ତରରେ ଓଡିଆଙ୍କୁ ଗର୍ବିତ କରିଛି 'ଦହିବରା ଆଳୁଦମ୍‌ ' । ଯାହାର ସୁଆଦ ଯିଏ ଖାଇଛି ସିଏ ଜାଣିଛି । ପ୍ରେମ ସ୍ନେହ ଆଉ ସ୍ବାଦରେ ଭରା ଓଡିଶାର ଦହିବରା ଆଳୁ ଦମ୍‌ ପାଇଁ ଆଜି ଦିନଟିଏ ।

ଦହିବରା ଆଳୁଦମ୍‌ ସାଧାରଣତଃ ଓଡିଶାର ପ୍ରତ୍ୟେକ ସ୍ଥାନରେ ମିଳିଥାଏ । କିନ୍ତୁ କଟକ ଦହିବରାର ମଜା ନିଆରା । ଦହିବରାର ବିଭିନ୍ନ ପ୍ରକାରର ଭେରାଇଟି କଟକରେ ପ୍ରସ୍ତୁତ ହୁଏ । ପ୍ରତିଟି ଗଳିକନ୍ଦିରେ ମିଳେ ଦହିବରା । ସାଧାରଣତଃ କଟକବାସୀ ଦହିବରା ଆଳୁଦମ ଖାଇ ଦିନ ଆରମ୍ଭ କରିଥାନ୍ତି । ଆଉ ଯିଏ କୌଣସି କାମ ପାଇଁ କଟକ ଆସିଥାଏ ସେ ଯେମିତି ହେଉ ଦହିବରା ଖାଇକି ଯାଏ । ଆଉ କଟକର ରଘୁ ଦହିବରା ସବୁଠୁ ନିଆରା ।

ବରାକୁ ଛଣାହେବା ପରେ କିଛି ସମୟ ଦହି ମିଶା ଲୁଣ ପାଣିରେ ପକାଇ ଦିଆଯାଇଥାଏ । ବରା ସବୁ ପାଣିରେ ଭିଜିଗଲେ ସେଥିରେ ଦହି ମିଶାଯାଇଥାଏ । ଏହା ଉପରେ ଭୃଷୁଙ୍ଗା ପତ୍ରକୁ ଭାଜି ଧନିଆ ପତ୍ର, ଲଙ୍କା, ପିଆଜ ଆଦିରେ ସଜାଇ ପରସା ଯାଇଥାଏ। ଏହାଛଡା କଟକରେ ବିଭିନ୍ନ ପ୍ରକାରର ଦହିବରା ଆଳୁଦମ ମିଳିଥାଏ । ଯେମିତିକି ପୋଦିନା ଦହିବରା, ମିଠା ଦହିବରା, ଖଟ୍ଟା ଦହିବରା ସହ ଘୁଘୁନି ଆଉ ଆଳୁଦମ୍‌ । ଆଉ ତା' ଉପରେ ଚୁନ ଚୁନ କଟା ହୋଇଥିବା ପିଆଜ, ସେଉ, କଞ୍ଚାଲଙ୍କା, ଧନିଆପତ୍ର, ବିଟ୍‌ ଲୁଣକୁ ଟିକେ ଚାଟ୍‌ ମସାଲା । ଖାଇବାର ମଜା ଆହୁରୀ ଦ୍ବିଗୁଣିତ କରିଦିଏ । ଆଉ ଖାଇ ସାରିବା ପରେ ଦହି ପିଇ ଦେଲେ ଯେମିତି ଆତ୍ମା ଶାନ୍ତି ହୁଏ ।

ବିଶ୍ବସ୍ତରରେ ଅନେକ ପ୍ରତିଯୋଗିତାରେ ଦହିବରା ଆଳୁଦମ ସ୍ଥାନ ପାଇଛି । ଅନେକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ମଧ୍ୟ ଏହି ଡିସ୍‌ ପ୍ରସ୍ତୁତ ହୋଇଥିବା ଦେଖିବାକୁ ମିଳେ । ଖାଲି ଓଡିଶାବାସୀ ନୁହେଁ ଅନ୍ୟ ରାଜ୍ୟ ତଥା ଦେଶ ବାହାର ଲୋକେ ଯିଏ ଦହିବରା ଆଳୁଦମ୍‌ ଖାଇଛନ୍ତି ସେମାନେ ଏହାର ସ୍ବାଦ ଭୁଲି ପାରିନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.