ETV Bharat / city

ଆଜି ମହାଷ୍ଟମୀ, ଦର୍ଶନରୁ ବଞ୍ଚିତ ଭକ୍ତ

ଆଜି ମହାଷ୍ଟମୀ । ମହାସପ୍ତମୀରେ ଚକ୍ଷୁଦାନ ପରେ ମର୍ତ୍ତ୍ୟମଣ୍ଡଳରେ ବିରାଜିତ ହୋଇଛନ୍ତି ମା' ଦୁର୍ଗତିନାଶିନୀ । ଦେବୀ ପୀଠରେ ଚାଲିଛି ପୂଜାପାଠ । ହାତ ଗଣତି କର୍ମକର୍ତ୍ତା ଓ ପୁରୋହିତଙ୍କୁ ନେଇ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା । ଅଧିକ ପଢନ୍ତୁ...

author img

By

Published : Oct 13, 2021, 8:44 AM IST

ଆଜି ମହାଷ୍ଟମୀ, ଦର୍ଶନରୁ ବଞ୍ଚିତ ଭକ୍ତ
ଆଜି ମହାଷ୍ଟମୀ, ଦର୍ଶନରୁ ବଞ୍ଚିତ ଭକ୍ତ

ଭୁବନେଶ୍ବର: ଧରାପୃଷ୍ଠରେ ଧରାବତରଣ କରିସାରିଛନ୍ତି ମା' । ଆଜି ମହାଷ୍ଟମୀ । ମହାସପ୍ତମୀରେ ଚକ୍ଷୁଦାନ ପରେ ମର୍ତ୍ତ୍ୟମଣ୍ଡଳରେ ବିରାଜିତ ହୋଇଛନ୍ତି ମା' ଦୁର୍ଗତିନାଶିନୀ । ଦେବୀ ପୀଠରେ ଚାଲିଛି ପୂଜାପାଠ । ହାତ ଗଣତି କର୍ମକର୍ତ୍ତା ଓ ପୁରୋହିତଙ୍କୁ ନେଇ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା ।

ମହାଷ୍ଟମୀରେ ପ୍ରତି ପୂଜାମଣ୍ଡପରେ ପ୍ରଥମେ ସୂର୍ଯ୍ୟପୂଜା ଓ କଳସୀ ପୂଜା କରାଯିବା ପରେ ଆଳତୀ ହେବ । ମଧ୍ୟାହ୍ନରେ ମା'ଙ୍କ ପାଖରେ ଅନ୍ନ ପ୍ରସାଦ ଭୋଗ ଲାଗି ହେବ । ଏହାପରେ ସନ୍ଧପୂଜା କରାଯାଇ ପାଣିକଖାରୁ ବଳି ଦିଆଯିବ । ଚଣ୍ଡୀପାଠ କରାଯିବ । ସନ୍ଧ୍ୟାରେ ଆଳତୀ ଓ ପୁଷ୍ପାଞ୍ଜଳି ଦିଆଯିବ ।

ପାପ ନାଶ କରିବା ପାଇଁ ମା' ପୃଷ୍ଠକୁ ଅବତରଣ କରିଥାନ୍ତି । ମା'ର ଦର୍ଶନ ପାଇଁ କୃତ୍ୟକୃତ୍ୟ ହୁଏ ଭକ୍ତ । ହେଲେ ଚଳିତ ବର୍ଷ କୋରୋନା କଟକଣା ମା' ଓ ଶ୍ରଦ୍ଧାଳୁ ମଧ୍ୟରେ ପାଚେରୀ ହୋଇଛି । ମଣ୍ଡପ ବାହାରୁ ରାସ୍ତାରୁ ମା'ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏହା ସହିତ ସୋସିଆଲ ମିଡିଆରେ ପୂଜାର ସିଧାପ୍ରସାରଣ କରାଯାଉଥିବାରୁ ହଜାର ହାଜର ଭକ୍ତ ଘରେ ରହି ମା'ଙ୍କ ସାନିଦ୍ଧ୍ୟ ଲାଭ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.