ETV Bharat / city

ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ସନ୍ଧ୍ୟା 5ଟା 30ରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଆଜି ସମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

author img

By

Published : May 22, 2021, 11:10 AM IST

ଭୁବନେଶ୍ବର: ଆଜି(ଶନିବାର) ସନ୍ଧ୍ୟା ସାଢେ 5ଟା 30ରେ ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା କରିବେ । ଏହି ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ବେଳେ କିଛି ମନ୍ତ୍ରୀ ଏଥିରେ ଉପସ୍ଥିତ ରହିବେ ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ ଜେନା ଉପସ୍ଥିତ ରହିବେ । ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଲୋକ ପ୍ରତିନିଧି, ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ବାତ୍ୟା ୟସ ଆଜି ଲଘୁଚାପର ରୂପ ନେବାକୁ ଯାଉଛି । ଏହା ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ପବନ ହେବ ବୋଲି ଆଶଙ୍କା ମଧ୍ୟ କରାଯାଉଛି । ମହାମାରୀ ସହିତ ବାତ୍ୟାର ମୁକାବିଲା କରିବା ପାଇଁ ସରକାର ଏହି ବୈଠକ କରିବାକୁ ଯାଉଛନ୍ତି ।

ଏହି ବାତ୍ୟା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । 26 ତାରିଖ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁପାରେ । ଭଦ୍ରକଠାରୁ ମେଦିନିପୁର ମଝିରେ ଏହା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.