ETV Bharat / city

ସୁସ୍ଥ ହେଲେ ଆଉ 453 କୋରୋନା ଆକ୍ରାନ୍ତ - ସୁସ୍ଥ ହେଲେ 453 କୋରୋନା ଆକ୍ରାନ୍ତ

କୋରୋନା କବଳରୁ ମୁକ୍ତ ହେଲେ 453 ଜଣ ଆକ୍ରାନ୍ତ । ଏହି ସୁସ୍ଥଙ୍କ ମିଶାଇ ରାଜ୍ୟରେ କୋରୋନା ଆକ୍ରାସ୍ତଙ୍କ ସୁସ୍ଥ ସଂଖ୍ୟା 11 ହଜାରକୁ ଛୁଇଁଛି ।

corona patients have recovered
ଆଜି ସୁସ୍ଥ ହେଲେ 453 କୋରୋନା ଆକ୍ରାନ୍ତ
author img

By

Published : Jul 17, 2020, 8:05 PM IST

ଭୁବନେଶ୍ବର: ରାଜ୍ୟରେ ଆଜି(ଶୁକ୍ରବାର) କୋରୋନା କବଳରୁ ମୁକ୍ତ ହେଲେ 453 ଜଣ ଆକ୍ରାନ୍ତ । ଏହି ସୁସ୍ଥଙ୍କ ମିଶାଇ ରାଜ୍ୟରେ କୋରୋନା ଆକ୍ରାସ୍ତଙ୍କ ସୁସ୍ଥ ସଂଖ୍ୟା 11 ହଜାରକୁ ଛୁଇଁଛି । 19 ଜିଲ୍ଲାରୁ 453 ଜଣ ଆରୋଗ୍ୟ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ସର୍ବାଧିକ ଗଞ୍ଜାମରୁ 220 ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ କାୟା ବିସ୍ତାର କରିଚାଲିଛି କୋରୋନା । କିଛିଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଗଞ୍ଜାମରୁ 220, ସୁନ୍ଦରଗଡରୁ 41, ନବରଙ୍ଗପୁରର 33, ଖୋର୍ଦ୍ଧାରୁ ସୁସ୍ଥ 28, ବଲାଙ୍ଗୀରରୁ 26, କେନ୍ଦୁଝରରୁ 17, ବାଲେଶ୍ବରରୁ 15 ସୁସ୍ଥ ହୋଇଛନ୍ତି ।

ସେହିଭଳି ଜଗତସିଂହପୁର, ମାଲକାନଗିରିରୁ 13, ଯାଜପୁର ଓ ଗଜପତିରୁ 10, ଅନୁଗୁଳରୁ 9 ଜଣ, କେନ୍ଦ୍ରାପଡାରୁ 6, କୋରାପୁଟରୁ 4 , କଟକରୁ 3 ଜଣ ଭଦ୍ରକରୁ 2 ଏବଂ ମୟୁରଭଞ୍ଜ, ନୟାଗଡ ଓ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 11,330 କୁ ବୃଦ୍ଧି ପାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.