ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟରେ କୋରୋନା ସଂକ୍ରମଣ କମିବାରେ ଲାଗିଥିଲା । ହେଲେ ପୁଣି ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ଆଜି ରାଜ୍ୟରେ 86 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଆଜିର 86 ଆକ୍ରାନ୍ତଙ୍କ ମଧ୍ୟରୁ 50 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଉଦ୍ଧାର ହୋଇଥିବା ବେଳେ 36 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟରେ 16ଟି ଜିଲ୍ଲାରୁ ପୁରୀରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନୁଗୋଳରୁ 1, ବାଲେଶ୍ବରରୁ 7ଜଣ, ବଲାଙ୍ଗୀରରୁ 3ଜଣ, କଟକରୁ 9ଜଣ, ଦେଓଗଡରୁ 3ଜଣ, ଯାଜପୁରରୁ 4ଜଣ, ଝାରସୁଗୁଡାରୁ 7ଜଣ,କେନ୍ଦୁଝରରୁ 1,ଖୋର୍ଦ୍ଧାରୁ 5ଜଣ,ମୟୂରଭଞ୍ଜରୁ 8ଜଣ, ନୂଆପଡାରୁ 1,ପୁରୀରୁ 12ଜଣ, ସମ୍ବଲପୁରରୁ 16ଜଣ,ସୋନପୁରରୁ 1, ସୁନ୍ଦରଗଡରୁ 6ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 1 ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ 737ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ ସମୁଦାୟ 3376277ଜଣ କୋରୋନାରେ ସଂକ୍ରମଣ ହୋଇଛନ୍ତି । କୋରୋନାରୁ 334571ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ 8341917 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ