ETV Bharat / city

ଆଜି ରାଜଧାନୀରେ 69 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Nov 12, 2020, 5:55 PM IST

ଗୁରୁବାର ରାଜଧାନୀ ଭୁବନେଶ୍ବରରେ ନୂଆ 69ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ଆରୋଗ୍ୟଙ୍କ ସଂଖ୍ୟା 29ହଜାର ଟପିଛି । ଅଧିକ ପଢନ୍ତୁ...

Today 69 more corona positives detected in Bhubaneswar
ଆଜି ରାଜଧାନୀରେ 69ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ ଗୁରୁବାର 69ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଆରୋଗ୍ୟଙ୍କ ସଂଖ୍ୟା 29ହଜାର ଟପିଥିବା ବେଳେ ଏକ ହଜାର ତଳକୁ ସକ୍ରିୟଙ୍କ ସଂଖ୍ୟା କମିଥିବା ସୂଚନା ମିଳିଛି ।

ନୂଆ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ 16ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ 53ଜଣ ଚିହ୍ନଟ ହୋଇଛନ୍ତି । ତେବେ ହୋମ କ୍ଵାରେଣ୍ଟାଇନର 16ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ଜୟଦେବ ବିହାର, 2 ଜଣ ରେଣ୍ଟଲ କଲୋନୀ, 2 ଜଣ ଭୋଇ ନଗର, 2 ଜଣ ଆଇଆରସି ଭିଲେଜରୁ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ କଳିଙ୍ଗ ନଗର, ନୟାପଲ୍ଲୀ, ପାହାଳ, ବମୀଖାଲ ଆଦି ଅଞ୍ଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏପଟେ ସ୍ଥାନୀୟ ସଂକ୍ରମଣ 53 ଜଣଙ୍କ ମଧ୍ୟରୁ 3 ଜଣ ଆର୍ଚ୍ଚାଯ୍ୟ ବିହାର, 3 ଜଣ ବରମୁଣ୍ଡା, 3 ଜଣ ଚକେଇସିଆଣି, 3 ଜଣ ନୟାପଲ୍ଲୀ, 5 ଜଣ ପଟିଆ, 2 ଜଣ ଟଙ୍କପାଣି ରୋଡ଼, 2 ଜଣ ସହିଦ ନଗର, 2 ଜଣ ୟୁନିଟ 6, 3 ଜଣ ପୋଖରିପୁଟ ଆଦି ଅଞ୍ଚଳର ବୋଲି ଜଣାପଡିଛି । ହୋମ କ୍ବାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣରେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳୁଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମଣଙ୍କ ସଂଖ୍ୟା 29 ହଜାର 965 ରେ ପହଞ୍ଚିଥିବାବେଳେ 29ହଜାର 2 ଜଣ ସୁସ୍ଥ ହୋଇଛନ୍ତି । ଏପଟେ 755ଜଣ କୋରୋନାରେ ସକ୍ରିୟ ରହିଛନ୍ତି ଓ ଏଯାବତ ରାଜଧାନୀରେ 187ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.