ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ଆଜି 319 ଆକ୍ରାନ୍ତ ଚିହ୍ନଟ

author img

By

Published : Dec 22, 2020, 1:08 PM IST

ଧୀରେ ଧୀରେ ରାଜ୍ୟରେ ସଂକ୍ରମଣ କମିବା ସହିତ ମଙ୍ଗଳବାର 319 ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

Today 319 new corona positives detected in Bhubaneswar
ରାଜ୍ୟରେ କମୁଛି ସଂକ୍ରମଣ, ଆଜି 319 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ମଙ୍ଗଳବାର ନୂଆ 319 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 26 ହଜାର 915ରେ ପହଞ୍ଚିଛି ।

ମଙ୍ଗଳବାର 27ଟି ଜିଲ୍ଲାରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ ସର୍ବାଧିକ 72 ଜଣ ଚିହ୍ନଟ ହୋଇଛନ୍ତି । ତେବେ 319 ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ 35, ବାଲେଶ୍ବରରେ 10, ବରଗଡରେ 6, ଭଦ୍ରକରେ 7, ବଲାଙ୍ଗୀରରେ 15, କଟକରେ 10, ଢେଙ୍କାନାଳରେ 3, ଗଞ୍ଜାମରେ 6, ଜଗତସିଂହପୁରରେ 7, ଯାଜପୁରରେ 11, ଝାରସୁଗୁଡ଼ାରେ 1, କଳାହାଣ୍ଡିରେ 5 , କେନ୍ଦ୍ରାପଡାରେ 11, କେନ୍ଦୁଝରରେ 10, ଖୋର୍ଦ୍ଧାରେ 23, ମୟୁରଭଞ୍ଜରେ 19, ନୟାଗଡରେ 1, ପୁରୀରେ 24, ମାଲକାନଗିରିରେ 3, ମୟୂରଭଞ୍ଜରେ 19, ନବରଙ୍ଗପୁରରେ 4, ସମ୍ବଲପୁରରେ 19, ସୁନ୍ଦରଗଡରେ 72, ରାୟଗଡାରେ 1, ଷ୍ଟେଟ ପୋଲ 5 ଚିହ୍ନଟ ହୋଇଛନ୍ତି ।

ତେବେ ହୋମ କ୍ବାରେଣ୍ଟାଇନରୁ 184 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 135 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 26 ହଜାର 915ରେ ପହଞ୍ଚିଥିବା ବେଳେ 3063 ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.