ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ଟ୍ରେଣ୍ଡ କମୁଥିବା ବେଳେ କୋରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗୋଟିଏ ଦିନରେ ରାଜ୍ୟରେ 15 ମୁଣ୍ତ ନେଇଛି କୋରୋନା ।
ବୌଦ୍ଧରୁ 78 ବର୍ଷର ପୁରୁଷ, ଭୁବନେଶ୍ବରରୁ 58 ବର୍ଷର ପୁରୁଷ ,କନ୍ଧମାଳରୁ 65 ବର୍ଷର ମହିଳା ଓ 68 ବର୍ଷ ପୁରୁଷ ଓ ରାୟଗଡାର 78 ବର୍ଷର ପୁରଷଙ୍କର ମୃତ୍ୟୁ ହୋଇଛି ।
ସେହିପରି, ଗଞ୍ଜାମ 63 ବର୍ଷର ପୁରୁଷ ଓ କେନ୍ଦ୍ରାପଡାରୁ 65 ବର୍ଷର ପୁରୁଷ ଓ ମୟୂରଭଞ୍ଜରୁ 25 ବର୍ଷିୟ ମହିଳାଙ୍କର ଜୀବନ ନେଇଛି ଏହି କିଲର ଭାଇରସ ।
ପୁରୀର 60 ବର୍ଷିର ପୁରୁଷ , ସୁନ୍ଦରଗଡରୁ 72 ବର୍ଷର ପୁରୁଷ ଓ କଟକରେ 48 ବର୍ଷିୟ ପୁରୁଷ ଓ 64 ବର୍ଷିୟ ପୁରୁଷ ଏଭଂ 64 ବର୍ଷ ପୁରୁଷଙ୍କ ପ୍ରାଣ ଯାଇଛି । ଯାଜପୁରର ଜଣେ 47 ବର୍ଷିୟ ମହିଳା, ବାଲେଶ୍ବରର 56 ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ,ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1072କୁ ବୃଦ୍ଧି ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ