ETV Bharat / city

ରାଜ୍ୟ ପାଇଁ ଖୁସି ଖବର: ପୁଣି ସୁସ୍ଥ 140, 2 ହଜାର ଟପିଲା ସଂଖ୍ୟା - corona recovery case in odisha

ମଙ୍ଗଳବାର ରାଜ୍ୟରେ 140ଜଣ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ 3140 ଆକ୍ରାନ୍ତ ରହିଥିବା ବେଳେ 2133 ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟ ପାଇଁ ଖୁସି ଖବର: ପୁଣି ସୁସ୍ଥ ହେଲେ 140, 2 ହଜାରକୁ ଟପିଲା  ସୁସ୍ଥ ସଂଖ୍ୟା

author img

By

Published : Jun 9, 2020, 5:23 PM IST

ଭୁବନେଶ୍ବର: ଆଜି ରାଜ୍ୟରେ ସୁସ୍ଥ ହେଲେ 140 ଆକ୍ରାନ୍ତ । ବର୍ତ୍ତମାନ ସୁସ୍ଥ ସଂଖ୍ୟା 2ହଜାର ଟପିଲା । ରାଜ୍ୟରେ କୋରୋନା ଆକ୍ରାନ୍ତରେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି ।

ମଙ୍ଗଳବାର ରାଜ୍ୟରେ ସର୍ବାଧିକ ଭାବରେ 140 ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ 2133 ସୁସ୍ଥ ସଂଖ୍ୟା ପହଁଚିଛି । ରାଜ୍ୟରେ କୋରୋନା କାୟା ବିସ୍ତାର କରିଥିବା ବେଳେ ଆକ୍ରାନ୍ତ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ଯାଜପୁରରେ 11 ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରେ 11, କେନ୍ଦ୍ରାପଡାରେ 5, ଗଞ୍ଜାମରେ 22, କଟକରେ 24, ଜଗତସିଂହପୁରରେ 11, ବାଲେଶ୍ବରରେ 2, ବରଗଡରେ 5, ବଲାଙ୍ଗୀରରେ 7, ନୂଆପଡାରେ 21, ଯାଜପୁରରେ 11, ସୁନ୍ଦରଗଡରେ 8, ଭଦ୍ରକରେ 7, ଢେଙ୍କାନାଳ ଓ ସମ୍ବଲପୁରରେ 5 ଜଣ ଲେଖାଏଁ ଓ ପୁରୀରେ 2 ଜଣ ସୁସ୍ଥ ହୋଇଛନ୍ତି ।

ସମସ୍ତ କୋଭିଡ ଡାକ୍ତରଖାନା, ଡାକ୍ତର, ନର୍ସ, ଏନ ଏମ, ଆଶା, ଅଙ୍ଗନବାଡି କର୍ମୀ, ଶିକ୍ଷକ, ସରପଞ୍ଚ, ପୋଲିସ ଏବଂ ପ୍ରଶାସନିକ କର୍ମଚାରୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି । ଯାହା ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ଅଧିକ ସୁସ୍ଥ ସଂଖ୍ୟା ରହିଛି । ତେବେ ରାଜ୍ୟରେ 3140 ଆକ୍ରାନ୍ତ ରହିଥିବା ବେଳେ 2133 ଜଣ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.