ETV Bharat / city

ରାଜ୍ୟରୁ 1379 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - କୋରୋନାର ଦ୍ବିତୀୟ ଲହର

ପଶ୍ଚିମ ଓଡିଶାରେ ଆତଙ୍କ ମଚାଇଛି କୋରୋନାର ଦ୍ବିତୀୟ ଲହର । ଆଜି ଗୋଟିଏ ଦିନରେ ସୁନ୍ଦରଗଡକୁ 317 ଆକ୍ରାନ୍ତ ଚିହ୍ନଟ । ଗତ 24 ଘଣ୍ଟାରେ 1379 ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରୁ 1379 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରୁ 1379 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Apr 11, 2021, 9:46 AM IST

ଭୁବନେଶ୍ବର: ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ମହାମାରୀ କୋରୋନା । କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଦେଖି ଅନେକ ରାଜ୍ୟ ସରକାର ପୁନର୍ବାର ବିଦ୍ୟାଳୟ ଓ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପଟେ ଓଡ଼ିଶାର ସ୍ଥିତି ମଧ୍ୟ ବେହାଲ । ଗତ ତିନି ଦିନ ଧରି ସଂକ୍ରମଣ ମାମଲା ହଜାର ଉପରେ ରହିଛି । ଆଜି ପୁଣି 1379 ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରୁ 808 ଓ ସ୍ଥାନୀୟ ଅଞ୍ଚଳରୁ 571 ଆକ୍ରାନ୍ତ ରହିଛନ୍ତି । ସୁନ୍ଦରଗଡରୁ ସର୍ବାଧିକ 317 ପଜିଟିଭ ମାମଲା ଆସିଛି ।

ଅନୁଗୋଳ ଜିଲ୍ଲାରୁ 27, ବାଲେଶ୍ବରରୁ 33, ବରଗଡରୁ 68, ଭଦ୍ରକରୁ 36, ବଲାଙ୍ଗୀରରୁ 54 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧରୁ 1, କଟକରୁ 56, ଦେବଗଡ 4, ଢେଙ୍କାନାଳ 4, ଗଜପତି 3, ଗଞ୍ଜାମ 31, ଜଗତସିଂହପୁର 6, ଯାଜପୁରରୁ 19, ଝାରସୁଗୁଡାରୁ 42, କଳାହାଣ୍ଡିରୁ 30, କନ୍ଧମାଳରୁ 10, କେନ୍ଦ୍ରାପଡାରୁ 6, କେଉଁଝର 30, ଖୋର୍ଦ୍ଧା 158, କୋରାପୁଟ 9, ମାଲକାନଗିରି 4, ମୟୂରଭଞ୍ଜରୁ 49ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ନବରଙ୍ଗପୁରରେ 71, ନୟାଗଡରେ 18, ନୂଆପଡାରୁ 90, ପୁରୀ 43, ରାୟଗଡାରୁ 25, ସମ୍ବଲପୁର 86, ସୋନପୁରରୁ 14 ଜଣ ରହିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ସଂକ୍ରମିତ ମାମଲା 3 ଲକ୍ଷ 49 ହଜାର 561ରେ ପହଞ୍ଚିଛି । ସକ୍ରିୟ ମାମଲା 7979 ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.