ETV Bharat / city

ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କୋଭିଡର ଓମିକ୍ରନ ଭାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ରାଜ୍ୟବାସୀ । ଅଧିକ ପଢ଼ନ୍ତୁ

author img

By

Published : Dec 31, 2021, 6:53 PM IST

ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ କୋଭିଡର ଓମିକ୍ରନ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ରାଜ୍ୟବାସୀ । ତେବେ ଏହାକୁ ଗୋଷ୍ଠୀ ସଂକ୍ରମଣ କୁହାଯାଇ ପାରିବ ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଗତକାଲି(ଶୁକ୍ରବାର) ୫ ଜଣ ସଂକ୍ରମିତଙ୍କ ମଧ୍ୟରେ ଜଣେ ବିଦେଶ ଫରନ୍ତା ନୁହଁନ୍ତି । ତେବେ ସେ କେବଳ ହାଇଦ୍ରାବାଦ ଓ ରାୟପୁରରୁ ଫେରିଛନ୍ତି । ଏଥିପାଇଁ ଏହାକୁ ନେଇ ଚିନ୍ତା ନକରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ବର୍ତ୍ତମାନ ସୁଦ୍ଧାରେ ରାଜ୍ୟରେ ଓମିକ୍ରନ ଭାରିଆଣ୍ଟର ଗୋଷ୍ଠୀ ସଂକ୍ରମଣ ନେଇ କୌଣସି ତଥ୍ୟ ଆସିନାହିଁ । ବାହାର ରାଜ୍ୟରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି । ଏଥିପାଇଁ ଯଦି ଜଣେ ଓମିକ୍ରନ ଅନ୍ୟ ରାଜ୍ୟରୁ ଆସିଥିବା କିନ୍ତୁ ବିଦେଶ ଫରନ୍ତା ହୋଇନଥିବେ ତାହା ଗୋଷ୍ଠୀ ସଂକ୍ରମଣର ପ୍ରମାଣ ଦେଉନାହିଁ । ତରବରିଆ ଭାବେ ଏହାକୁ ଗୋଷ୍ଠୀ ସଂକ୍ରମଣ କହିହେବ ନାହିଁ । ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ବାରମ୍ବାର କୋଭିଡରୁ ବର୍ତ୍ତିବା ପାଇଁ ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦିଆଯାଉଛି ।

କୋଭିଡ ଯେକୌଣସି ଭାରିଏଣ୍ଟକୁ ମାତ୍‌ ଦେବାକୁ ହେଲେ କୋଭିଡ ନିୟମ ମାନିବା ଅପରିହାର୍ଯ୍ୟ । ମାସ୍କ ପିନ୍ଧିବା, ସାମଜିକ ଦୂରତା ରକ୍ଷା କରିବା ସହ ସର୍ଭିଲାନ୍ସକୁ ଜୋରଦାର କରାଯାଉଛି । ଯେକୌଣସି ପରିସ୍ଥିତିରେ ରାଜ୍ୟରେ ଭାଇରସର ସଂକ୍ରମଣକୁ ରୋକିବାକୁ ରାଜ୍ୟବାସୀଙ୍କ ସହାୟତା ଆବଶ୍ୟକ । ଏହା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.