ETV Bharat / city

ଡ୍ୟୁଟି ବେଳେ ଟିକ୍‌ଟକ୍ ଭିଡିଓ କରି ବଦଳିଲେ 2 କର୍ମଚାରୀ - ଡ୍ୟୁଟି ବେଳେ ଟିକ୍‌ଟକ୍ ଭିଡିଓ ପ୍ରସ୍ତୁତି ଖବର

ପୁଣି ଥରେ ମହଙ୍ଗା ପଡିଛି ହସ୍ପିଟାଲରେ କାର୍ଯ୍ୟରତ ସମୟରେ ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ କରିବା । ମାମଲାରେ ସମ୍ପୃକ୍ତ 2 କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇ ଅନ୍ୟତ୍ର ବଦଳି କରାଯାଇଛି ।

Tiktok video viral on capital hospital art centre
ଡ୍ୟୁଟି ବେଳେ ଟିକ୍‌ଟକ୍ ଭିଡିଓ ପ୍ରସ୍ତୁତି କରି ଅନ୍ୟତ୍ର ବଦଳିଲେ 2 କର୍ମଚାରୀ
author img

By

Published : Jan 9, 2020, 2:47 PM IST

ଭୁବନେଶ୍ବର: ପୁଣି ଥରେ ମହଙ୍ଗା ପଡିଛି ହସ୍ପିଟାଲରେ କାର୍ଯ୍ୟରତ ସମୟରେ ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ କରିବା । ମାମଲାରେ ସମ୍ପୃକ୍ତ 2 କର୍ମଚାରୀଙ୍କ ବିରୋଧରେ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ) ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଦେବା ସହ ଅନ୍ୟତ୍ର ବଦଳି କରାଯାଇଛି ।

ଡ୍ୟୁଟି ବେଳେ ଟିକ୍‌ଟକ୍ ଭିଡିଓ ପ୍ରସ୍ତୁତି କରି ଅନ୍ୟତ୍ର ବଦଳିଲେ 2 କର୍ମଚାରୀ

ରାଜଧାନୀ ଭୁୁବନେଶ୍ବରର ଏଆରଟି ସେଣ୍ଟର(ଆଣ୍ଟି ରେଟ୍ରୋଭାଇରାଲ ଥେରାପି ସେଣ୍ଟର) 2 କର୍ମଚାରୀ କାଉନସଲର ସରିତା ପତ୍ର ଓ ପୂର୍ଣ୍ଣଚନ୍ଦ୍ର ମହାନ୍ତି ହସ୍ପିଟାଲର ନିଜ ଚାମ୍ବରରେ ଟିକଟକ୍‌ ଭିଡିଓ ପ୍ରସ୍ତୁତ କରିବା ସହ ଜଣେ ଏଚଆଇଭି ରୋଗୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ସରିତା ପତ୍ରଙ୍କୁ ଅନୁଗୋଳ ଏବଂ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ନବରଙ୍ଗପୁରକୁ ବଦଳି କରାଯାଇଛି । ଏଥିସହ ଟିକ୍‌ଟକ କରୁଥିବା ଯୁବକକୁ ଛଟେଇ କରିବାକୁ ସମ୍ପୃକ୍ତ ସଂସ୍ଥାକୁ ନୋଟିସ୍‌ ଦିଆଯାଇଛି । ଏଭଳି ଘଟଣାର ଯେପରି ପୁନରାବୃତ୍ତି ନଘଟେ ସେ ନେଇ ସଚେତନ ରହିବାକୁ ଚେତାବନି ଦିଆଯାଇଛି । ମାମଲାରେ ସମ୍ପୃକ୍ତ ଥିବା ସମସ୍ତେ ନିଜର ଭୁଲ ସ୍ବୀକାର କରିଛନ୍ତି ।

ସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ପୁନମ ଗୁହା ଦୁଃଖ ପ୍ରକାଶ

ସେପଟେ ଘଟଣାକୁ ନେଇ ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ପୁନମ ଗୁହା ଦୁଃଖ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ମହଙ୍ଗା ପଡିଲା ଟିକ ଟକ ଭିଡ଼ିଓ, ଦୁଇ କର୍ମଚାରୀଙ୍କୁ ବଦଳି।

ଏଆରଟି ସେଣ୍ଟରରେ ଟିକ ଟକ ଭିଡ଼ିଓ ଭାଇରାଲ ଘଟଣାରେ ଓସାକ୍ସ୍ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଚ ଆଇଭି ରୋଗଙ୍କୁ ଦୃବ୍ୟବହାର ସହ ହସ୍ପିଟାଲର ନିଜ ଚାମ୍ବରରେ ଟିକ ଟକ ଭିଡ଼ିଓ ପ୍ରସ୍ତୁତ କରିବା ପଡିଛି ମହଙ୍ଗା। ଦୁଇ କର୍ମଚାରୀଙ୍କୁ କାରଣ ଦର୍ଶାଓ ନୋଟିସ ଦେବା ସହ ଅନ୍ୟତ୍ର ବଦଳି କରାଯାଇଛି।

Body:

ମହଙ୍ଗା ପଡିଲା ମେଡିକାଲ କାର୍ଯ୍ୟାଳୟରେ ଟିକ ଟକ ଭିଡିଓ ପ୍ରସ୍ତୁତ କରିବା। ଶେଷରେ ଦୁଇ କର୍ମଚାରୀଙ୍କୁ ବଦଳି କରାଯାଇଛି। କାଉନସିଲର ସରିତା ପତ୍ରଙ୍କୁ ଅନୁଗୁଳ ଓ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ନବରଙ୍ଗପୁର କୁ ବଦଳି କରାଯାଇଛି। ଓ ଟିକ ଟକ କରୁଥିବା ଯୁବକକୁ ଛଟେଇ କରିବାକୁ ସମ୍ପୃକ୍ତ ସଂଥା କୁ ନୋଟିସ ଦିଆଯାଇଛି। ଏଭଳି ଘଟଣା ପୁନରାବୃତ୍ତି ନଘଟ ସେନେଇ ସଚେତନ ରହିବାକୁ ଚେତାବନୀ କୁହାଯାଇଛି। ଯେଉଁ ମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି ସେମାନେ ସମସ୍ତେ ନିଜର ଭୁଲ ସ୍ୱୀକାର କରିଛନ୍ତି। ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓସାକ୍ସ୍ ର ପ୍ରକଳ୍ପ ନିର୍ଦେଶକ ପୁନମ ଗୁହା।

ସୂଚନା ଅନୁଯାୟୀ, ଡ୍ୟୁଟି ସମୟରେ ଟିକ ଟକ ଓ ଏଚ ଆଇ ଭି ରୋଗୀଙ୍କୁ ଦୃବ୍ୟବହାର କରିବା ଆଭିଯୋଗ ହୋଇଥିଲା।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.