ETV Bharat / city

‘ଟିକି ମାଉସୀ କହେ’ ଅଭିଯାନର ଶୁଭାରମ୍ଭ; ଉଦ୍ଦେଶ୍ୟ ଜନ ସଚେତନତା - ‘ଟିକି ମାଉସୀ କହେ’ ଅଭିଯାନ

କୋଭିଡ଼ର ତୃତୀୟ ଲହରକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଆରମ୍ଭ କରିଛି ମହିଳା ଏବଂ ଶିଶୁ ବିକାଶ ବିଭାଗ । ସଂକଟରୁ ଉଦ୍ଧାର ପାଇବା ନିମନ୍ତେ ଆମକୁ ସୁଚିନ୍ତିତ କୌଶଳ ଆପଣାଇବାକୁ ପଡ଼ିବ, ଯାହାଦ୍ୱାରା ମୂଲ୍ୟବାନ ଜୀବନ ସୁରକ୍ଷିତ ରହିପାରିବ । ଅଧିକ ପଢନ୍ତୁ...

‘ଟିକି ମାଉସୀ କହେ’ ଅଭିଯାନର ଶୁଭାରମ୍ଭ; ଉଦ୍ଦେଶ୍ୟ ଜନ ସଚେତନତା

author img

By

Published : Jun 7, 2021, 10:47 PM IST

ଭୁବନେଶ୍ବର: କୋଭିଡ଼ର ତୃତୀୟ ଲହରକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଆରମ୍ଭ କରିଛି ମହିଳା ଏବଂ ଶିଶୁ ବିକାଶ ବିଭାଗ । ସଂକଟରୁ ଉଦ୍ଧାର ପାଇବା ନିମନ୍ତେ ଆମକୁ ସୁଚିନ୍ତିତ କୌଶଳ ଆପଣାଇବାକୁ ପଡ଼ିବ, ଯାହାଦ୍ୱାରା ମୂଲ୍ୟବାନ ଜୀବନ ସୁରକ୍ଷିତ ରହିପାରିବ । ପରିସ୍ଥିତିର ମୁକାବିଲା କରିବା, ଯୋଗାଯୋଗ ମାଧ୍ୟମକୁ ଆହୁରି ସକ୍ରିୟ କରିବା ପାଇଁ ‘ଟିକି ମାଉସୀ କହେ' ଅଭିଯାନର ଶୁଭାରମ୍ଭ ହୋଇଛି ।

‘ଟିକି ମାଉସୀ କହେ’ ଅଭିଯାନର ଶୁଭାରମ୍ଭ; ଉଦ୍ଦେଶ୍ୟ ଜନ ସଚେତନତା
‘ଟିକି ମାଉସୀ କହେ’ ଅଭିଯାନର ଶୁଭାରମ୍ଭ; ଉଦ୍ଦେଶ୍ୟ ଜନ ସଚେତନତା

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ‘ଟିକି ମାଉସୀ କହେ’ କମିକ୍ ବୁକ୍, ପ୍ରଚାର ଓ ପ୍ରସାର ସାମଗ୍ରୀ ଏବଂ ଆନିମେଶନର ଲୋକାର୍ପଣ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ । ବିଭାଗର ମାସ୍କଟ ଟିକି ମାଉସୀ ଜରିଆରେ କୋଭିଡ୍ ମାର୍ଗଦର୍ଶିକା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହାର ଉଦେଶ୍ୟ । କୋଭିଡ଼ ବାର୍ତ୍ତା ଅତିଶୀଘ୍ର ଏବଂ ସହଜରେ ଗୋଷ୍ଠୀର ସମସ୍ତ ସଦସ୍ୟଙ୍କ ନିକଟରେ ପହଞ୍ଚିପାରିବ ବୋଲି ବିଭାଗ ଆଶା ରଖିଛି ।

କୋଭିଡ ସମୟରେ ମହିଳା, କିଶୋରୀ ଓ ଶିଶୁଙ୍କ ପୁଷ୍ଟିସାଧନ, ହିଂସାର ଶିକାର ହେଉଥିବା ମହିଳା ଓ କିଶୋରୀଙ୍କୁ ସୁରକ୍ଷା, କୋଭିଡ୍ ପ୍ରଭାବିତ ଶିଶୁମାନଙ୍କ ନିରାପତ୍ତା, ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ଆଶ୍ରୟ ଗୃହର ଅନ୍ତେବାସୀମାନଙ୍କ ପାଇଁ ଜାଣିବା କଥା ଆଦି ସଂପର୍କରେ ଏହିସବୁ ପ୍ରଚାର ପୁସ୍ତିକା ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏହିସବୁ ପୁସ୍ତିକା ପ୍ରକାଶନ ଏବଂ ଏହାର ଆବଶ୍ୟକତା ଏବଂ ବ୍ୟବହାର ସଂପର୍କରେ ସୂଚନା ଦେଇଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ।

କୋଭିଡ୍ ଯୁଦ୍ଧରେ ଆମର ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ସେମାନଙ୍କ ମାଧ୍ୟମରେ ଗୋଷ୍ଠୀ ସ୍ତରରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଛି । ଏଥିପାଇଁ ବିଭାଗ ତରଫରୁ ପ୍ରାୟ ୭୦ ହଜାରରୁ ଉଦ୍ଧ କାର୍ଯ୍ୟକର୍ତ୍ତାଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଛି ବୋଲି ସଚିବ ସୂଚନା ଦେଇଛନ୍ତି । ଏବେ ସେମାନେ ବିଭାଗର ମାସ୍କଟ ‘ଟିକି ମାଉସୀ’କୁ ସାମ୍ନାରେ ରଖି ଏହିସବୁ ପ୍ରଚାର ଓ ପ୍ରସାର ସାମଗ୍ରୀ ମାଧ୍ୟମରେ ବ୍ୟାପକ କେଭିଡ୍ ସଚେତନତା ସୃଷ୍ଟି କରିବେ । କ୍ୟାନ୍, ମମତା ଦିବସ, ଶିଶୁମାନଙ୍କୁ ସ୍ତନ୍ୟପାନ, ଘରୋଇ ହିଂସା ବିରୁଦ୍ଧରେ ସଚେତନତା ସୃଷ୍ଟି ଆଦି କାର୍ଯ୍ୟକ୍ରମ ଏହା ମାଧ୍ୟମରେ ବେଶ୍ ଫଳପ୍ରଦ ହୋଇପାରିବ ବୋଲି ପ୍ରମୁଖ ଶାସନ ସଚିବ ଆଶାପ୍ରକାଶ କରିଛନ୍ତି ।

କୋଭିଡ୍ ଦ୍ବିତୀୟ ଲହରରେ ଯୁବଗୋଷ୍ଠୀ ଅଧିକ ପ୍ରଭାବିତ ହୋଇଛନ୍ତି । ସେମାନେ ଆମର ଭବିଷ୍ୟତ । ବିଶେଷ କରି କୋଭିଡ୍ ସ୍ଥିତିରେ ବାଳିକାମାନେ ଅଧିକ ସମ୍ବେଦନ ପ୍ରବଣ ହେବାର ଆଶଙ୍କା ରହିଛି । ବାଳିକାମାନଙ୍କ କ୍ଷେତ୍ରରେ ସମ୍ଭାବ୍ୟ ବାଲ୍ୟବିବାହ, ଯୌନ ନିର୍ଯାତନା, କମ୍ ବୟସର ଗର୍ଭବତୀ ହେବା ଆଦି ପ୍ରସଙ୍ଗକୁ ନେଇ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହାକୁ ପ୍ରତିହତ କରିବା ଦିଗରେ ଏହିଭଳି କୌଶଳପୂର୍ଣ୍ଣ ପ୍ରଚାର ଓ ପ୍ରସାର ଲାଭଦାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ୟୁନିସେଫ ସହଯୋଗରେ ଏହି ପ୍ରଚାର ଅଭିଯାନ ପ୍ରସ୍ତୁତ ହୋଇଛି । ମହିଳା ଓ ଶିଶୁ ବିକାଶ ବିଭାଗର ସମୟୋଚିତ ପଦକ୍ଷେପକୁ ୟୁନିସେଫର ଓଡ଼ିଶା ମୁଖ୍ୟ କ୍ଷେତ୍ର ଅଧିକାରୀ ଡ . ମୋନିକା ନିଲେସନ୍ ପ୍ରଶଂସା କରିଛନ୍ତି । ଏହି ଅବସରରେ ଶିଶୁ ଚାଲାଣ ଏବଂ ଏହାର ମୁକାବିଲା ପାଇଁ ଆଇନଗତ ବ୍ୟବସ୍ଥା, ମହିଳା, କିଶୋରୀ ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ଦିଆଯାଇଥିବା ବିଭିନ୍ନ ସହାୟତା ନମ୍ବର, ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ ମାସ୍କର ସଠିକ୍ ବ୍ୟବହାର, କୋଭିଡ଼ ନିୟମାବଳୀର ଅନୁପାଳନ, ମହିଳା, କିଶୋରୀ ଓ ଶିଶୁମାନଙ୍କ ପରିପୂରକ ପୁଷ୍ଟିସାଧନ ଆଦି ସଂପର୍କିତ ରଙ୍ଗୀନ ପୋଷ୍ଟର ଓ କମିକ୍ ବୁକ୍ ଉନ୍ମୋଚିତ ହୋଇଛି ।

ଆନିମେସନ୍ ଜରିଆରେ ‘ଟିକି ମାଉସୀ’ଙ୍କ ଦ୍ଵାରା ଶିଶୁ ସୁରକ୍ଷା ଉପରେ ଦିଆଯାଉଥିବା ସଚେତନତାର ବାର୍ତ୍ତା ପ୍ରଦର୍ଶିତ ହୋଇଛି । ପ୍ରତ୍ୟେକ ପ୍ରଚାର ସାମଗ୍ରୀରେ ଟିକି ମାଉସୀଙ୍କୁ ମୁଖ୍ୟ ପ୍ରବକ୍ତା ଭାବେ ଉପସ୍ଥାପିତ କରାଯାଇଛି । ଏହିସବୁ ସାମଗ୍ରୀକୁ କ୍ଷେତ୍ରସ୍ତରରେ ବହୁଳ ଭାବେ ପ୍ରଚାର ପାଇଁ ବ୍ୟବହାର କାର୍ଯ୍ୟକୁ ନିଷ୍ପତ୍ତି ହୋଇଛି । ଏହି ଅଭିଯାନର ସଫଳ ରୂପାୟନ ନିମନ୍ତେ କ୍ଷେତ୍ର କର୍ମଚାରୀମାନଙ୍କ ସକ୍ରିୟ ସହଯୋଗ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ।

ଏହି ଭର୍ଚୁଆଲ ଲୋକାର୍ପଣ କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ସିଡ଼ିପିଓ, ଡିସିପିଓ, ପ୍ରୋଗ୍ରାମ ଅଫିସର, ଶିଶୁ ଯତ୍ନ ଅନୁଷ୍ଠାନ ଓ ଆଶ୍ରୟ ଗୃହର ପରିଚାଳକ ଓ କାର୍ଯ୍ୟକର୍ତ୍ତାମାନଙ୍କ ସମେତ ପ୍ରାୟ ୨୫୦୦ କ୍ଷେତ୍ର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.