ETV Bharat / city

ବାଘବଂଶ ବୃଦ୍ଧିକୁ ଶକ୍ତ ଧକ୍କା; ଫେରିଯିବ ସୁନ୍ଦରୀ - ସାତକୋଶିଆ ଅଭୟାରଣ୍ୟ

ରାଜ୍ୟ ସରକାରଙ୍କ ବାଘବଂଶ ବୃଦ୍ଧିକୁ ଶକ୍ତ ଧକ୍କା ଲାଗିଛି । ସୁନ୍ଦରୀ ଫେରିଯିବ ନିଜ ଜନ୍ମ ସ୍ଥାନକୁ । ଏହାକୁ ନେଇ ରାଜ୍ୟ ସରକାର ଓ ବନ ବିଭାଗର ଦକ୍ଷତା ଓ ଆନ୍ତରିକତା ଉପରେ ଉଠିଛି ପ୍ରଶ୍ନ ।

PHOTO
ଫେରିଯିବ ସୁନ୍ଦରୀ
author img

By

Published : Dec 19, 2019, 9:17 PM IST

ଅନୁଗୋଳ: ଆନ୍ତରାଜ୍ୟ ବ୍ୟାଘ୍ର ପ୍ରକଳ୍ପକୁ ଶକ୍ତ ଧକ୍କା । ଦେଶରେ ପ୍ରଥମଥର ଗୋଟିଏ ଅଭୟାରଣ୍ୟ ରୁ ଆଉ ଗୋଟିଏ ଅଭୟାରଣ୍ୟକୁ ଯେଉଁ ବାଘ ସ୍ଥାନାନ୍ତର ହୋଇଥିଲେ ଆଜି ସେଥିରେ ରୋକ ଲାଗିଛି ।

PHOTO
ବାଘବଂଶ ବୃଦ୍ଧିକୁ ଶକ୍ତ ଧକ୍କା

ମଧ୍ୟପ୍ରଦେଶର ବାନ୍ଧବ ଗଡ ଅଭୟାରଣ୍ୟରୁ ଯେଉଁ ବାଘୁଣୀ ଅନୁଗୋଳ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା ତାକୁ ଶେଷରେ ଫେରାଇ ନେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥାନ ବା ଏନଟିସିଏ । ପ୍ରଥମେ ସାତକୋଶିଆକୁ କାହ୍ନା ଅଭୟାରଣ୍ୟରୁ ଏକ ବାଘ ଓ ପରେ ବାନ୍ଧବଗଡରୁ ବାଘୁଣୀ ଅଣା ଯାଇଥିଲା । ଫାସରେ ପଡି ବାଘର ମୃତ୍ୟୁ ହୋଇଥିବା ବେଳେ ବାଘୁଣୀ ନାଁ ରେ ଦୁଇ ଦୁଇଟି ମଣିଷ ମରା ଅଭିଯୋଗ ଆସିବା ପରେ ତାକୁ ଏବେ ସାତକୋଶିଆ ଏନକ୍ଲୋଜରେ ରଖାଯାଇଛି । ଏନଟିସିଏର ଡେପୁଟି ଇନ୍ସିପେକ୍ଟର ଜେନେରାଲ (DIG NTCA ) ରାଜ୍ୟ ଜଙ୍ଗଲ ପରିବେଶ ବିଭାଗକୁ କରିଥିବା ଚିଠି ଅନୁସାରେ ରାଜ୍ୟ ସରକାର ଓ ବନ ବିଭାଗ ଏନଟିସିଏର ଗାଇଡ ଲାଇନ ପାଳନ କରିଆରେ ବିଫଳ ହୋଇଛନ୍ତି ।

PHOTO
ବାଘବଂଶ ବୃଦ୍ଧିକୁ ଶକ୍ତ ଧକ୍କା

ନିୟମ ଉଲ୍ଲଂଘନ କରି ବାଘୁଣୀ ସୁନ୍ଦରୀକୁ ଛୋଟ ଏନକ୍ଲୋଜରରେ ରଖାଯାଇଛି । ବାଘୁଣୀ ରାଇଗଡା ଠାରେ ରହୁଥିବା ଏନକ୍ଲୋଜରକୁ ଦୁଇ ଏକର ରୁ 25 ଏକର କୁ ସମ୍ପ୍ରସାରଣ କରାଯିବା ପାଇଁ ପ୍ରସ୍ତାବ ରହିଥିବା ସତ୍ବେ ଆଜିଯାଏ ତାକୁ ସଂପ୍ରସାରଣ କରାଯାଇ ପାରିଲା ନାହିଁ । ଏହା ସହ ବାହାର ରାଜ୍ୟରୁ ଆସିଥିବା ଉଭୟ ବାଘ ଓ ବାଘୁଣୀକୁ ଉପରେ ସଠିକ ନଜର ରଖା ଯାଇ ନଥିଲା କି ଉଭୟଙ୍କ ପାଇଁ ସଠିକ ବ୍ୟବସ୍ଥା ମଧ୍ୟ କରା ଯାଇ ନଥିଲା । ଏଥିପାଇଁ ଏନଟିସିଏ ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ବାନ୍ଧବଗଡକୁ ଫେରାଇ ନେବ ବୋଲି ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛି ।

ସୂଚନାଯୋଗ୍ୟ ଯେ, ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ 2017 ରେ ଏନଟିସିଏର ମଞ୍ଜୁରୀ ପରେ ମଧ୍ୟପ୍ରଦେଶରୁ ବାଘ କାହ୍ନା ଓ ବାନ୍ଧବଗଡ ବ୍ୟାଘ୍ର ପ୍ରକଳ୍ପ ରୁ ଗୋଟିଏ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ଉଭୟଙ୍କୁ ଏନକ୍ଲୋଜରରେ କିଛିଦିନ ରଖିବା ପରେ ସାତକୋଶିଆ ଅଭୟାରଣ୍ୟ ରେ ଛଡାଯାଇଥିଲା । କିନ୍ତୁ 2018 ନଭେମ୍ବର 14 ରେ ଶିକାରୀ ଜାଲରେ ପଡି ବାଘ କାହ୍ନାର ମୃତ୍ୟୁ ହୋଇଥିଲା । ଏହାସହ ଦୁଇ ଦୁଇଟି ମଣିଷ ମାରିବା ଅଭିଯୋଗ ପରେ ବାଘୁଣୀ କୁ 2018 ନଭେମ୍ବର 7 ତାରିଖରୁ ସାତକୋଶିଆ ଏନକ୍ଲୋଜରରେ ବନ୍ଦୀ ଭାବେ ରଖାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଆନ୍ତରାଜ୍ୟ ବ୍ୟାଘ୍ର ପ୍ରକଳ୍ପ କି ଶକ୍ତ ଧକା । ଭାରତ ବର୍ଷ ରେ ପ୍ରଥମ କରି ଗୋଟିଏ ଅଭୟାରଣ୍ୟ ରୁ ଆଉ ଗୋଟିଏ ଅଭୟାରଣ୍ୟ କୁ ଯେଉଁ ବାଘ ସ୍ଥାନାନ୍ତର ହୋଇଥିଲେ ଆଜି ସେଥିରେ ରୀତିମତ ରୋକ ଲାଗିଛି । Body:ମଧ୍ୟପ୍ରଦେଶ ର ବାନ୍ଧବ ଗଡ଼ ଅଭୟାରଣ୍ୟ ରୁ ଯେଉଁ ବାଘୁଣୀ ଅନୁଗୋଳ ସାତକୋଶିଆ ଅଭୟାରଣ୍ୟ କୁ ଆଣାଯାଇଥିଲା ତାକୁ ଶେଷରେ ଫେରାଇ ନେବାକୁ ରାଜ୍ୟ ସରକାର କୁ ଚିଟି ଲେଖିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥାନ ବା NTCA । ପ୍ରଥମେ ସାତକୋଶିଆ କୁ କହ୍ନା ଅଭୟାରଣ୍ୟ ରୁ ଏକ ବାଘ ଓ ପରେ ବନ୍ଧବଗଡ ରୁ ବାଘୁଣୀ ଅଣା ଯାଇଥିଲା । ଫାସରେ ପଡି ବାଘର ମୃତ୍ୟୁ ହୋଇଥିବୀ ବେଳେ ବାଘୁଣୀ ନାଁ ରେ ଦୁଇ ଦୁଇଟି ମଣିଷ ମରା ଅଭିଯୋଗ ଆସିବା ପରେ ତାକୁ ଏବେ ଏଂନ କ୍ଲୋଜରେ ରଖାଯାଇଛି । ଏନ.ଟି.ସି.ଏ ର ଡେପୁଟି ଇନ୍ସପେକ୍ଟର ଜେନେରାଲ (DIG NTCA ) ରାଜ୍ୟ ଜଙ୍ଗଲ ପରିବେଶ ବିଭାଗ କରିଥିବା ଚିଟି ଅନୁସାରେ ରାଜ୍ୟ ସରକାର ଓ ବନ ବିଭାଗ ଏନ.ଟି.ସି.ଏ.ର ଗାଇଡଲାଇନ ପାଳନ କରିଆରେ ବିଫଳ ହୋଇଛନ୍ତି । ନିୟମ ଉଲ୍ଲଂଘନ କରି ବାଘୁଣୀ ସୁନ୍ଦରୀକୁ ଛୋଟ ଏନକ୍ଲୋଜରରେ ରଖା ଯାଇଥିଲା । ବାଘୁଣୀ ରାଇଗୁଡାଠାରେ ରହୁଥିବା ଏନକ୍ଲୋଜରକୁ ଦୁଇ ଏକର ରୁ 25 ଏକର କୁ ସମ୍ପ୍ରସାରଣ କରାଯିବା ପାଇଁ ପ୍ରସ୍ତାବ ରହିଥିବା ସତ୍ବେ ଆଜିଯାଏ ତାକୁ ସଂପ୍ରସାରଣ କରାଯାଇ ପାରିଲା ନାହିଁ । ଏହା ସହ ବାହାର ରାଜ୍ୟରୁ ଆସିଥିବା ଉଭୟ ବାଘ ଓ ବାଘୁଣୀକୁ ଉପରେ ସଠିକ ନଜର ରଖା ଯାଇ ନଥିଲା କି ଉଭୟଙ୍କ ପାଇଁ ସଠିକ ବ୍ୟବସ୍ଥା ମଧ୍ୟ କରା ଯାଇ ନଥିଲା । ଏଥିପାଇଁ ଏନ.ଟି.ସି.ଏ. ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ବାନ୍ଧବଗଡକୁ ଫେରାଇ ନେବ ବୋଲି ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛି ।Conclusion:ସାତକୋଶିଆ ରେ ବାଘ ବଂସ ବୃଦ୍ଧି ପାଇଁ 2017 ରେ ଏନ୍ଟିସିଏ ମଞ୍ଜୁରୀ ପରେ ମଧ୍ୟପ୍ରଦେଶ ର କାହ୍ନ ଓ ବାନ୍ଧବଗଡ ବ୍ୟାଘ୍ର ପ୍ରକଳ୍ପ ରୁ ଗୋଟିଏ ବାଘ ଓ ବାଘୁଣୀ ଅଣାଯାଇଥିଲା । ଉଭୟ ଙ୍କୁ ଏଂକ୍ଲୋଜର ରେ କିଛିଦିନ ରଖିବା ପରେ ସାତକୋଶିଆ ଅଭୟାରଣ୍ୟ ରେ ଛଡ଼ାଯାଇଥିଲା । 2018 ନଭେମ୍ବର 14 ରେ ଶିକାର ଜାଲରେ ପଡି ବାଘର ମୃତ୍ୟୁ ହୋଇଥିଲା । ଏହାସହ ଦୁଇ ଦୁଇଟି ମଣିଷ ମାରିବା ଅଭିଯୋଗ ପରେ ବାଘୁଣୀ କୁ 2018 ନଭେମ୍ବର 7 ତାରିଖରୁ ଏନକ୍ଲୋଜର ରେ ବନ୍ଦୀ ରଖାଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.