ଭୁବନେଶ୍ବର: ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ବାଘୁଣୀ ସୁନ୍ଦରୀକୁ ଫେରାଇ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ବାଘୁଣୀ ସୁନ୍ଦରୀ ଓଡିଶାକୁ ବଂଶ ବୃଦ୍ଧି କରିବା ପାଇଁ ଆସିଥିଲା। ସେଥିପାଇଁ ସୁନ୍ଦରୀକୁ ଅନୁଗୋଳର ସାତକୋଶିଆ ଜଙ୍ଗଲରେ ଛଡା ଯାଇଥିଲା।
ମାତ୍ର ବାଘୁଣୀ ସୁନ୍ଦରୀ ଜଣେ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିବା ଫଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ରାଜ୍ୟରେ ତୁମ୍ବୀ ତୋଫାନ ହେବା ସହ ରାଜନୈତିକ ମହଲରେ ଝଡ ସୃଷ୍ଟି ହୋଇଥିଲା।
ଏପଟେ ବାଘୁଣୀର ରକ୍ଷାଣବେକ୍ଷଣ ପାଇଁ ପ୍ରାୟ କୋଟିଏରୁ ଅଧିକ ଖର୍ଚ୍ଚ ହୋଇଥିବା ବେଳେ ତାକୁ କେଉଁଠି ରଖାଯିବ ସେନେଇ ତର୍କ ବିତର୍କ ହୋଇଥିଲା। । ତେବେ ଏସବୁ ମଧ୍ୟରେ ଏବେ ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ପଠାଯିବ ବୋଲି ନିଷ୍ପତ୍ତି ହୋଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ