ଭୁବନେଶ୍ବର: ନନ୍ଦନକାନନରେ 10 ମାସର ବାଘ ଛୁଆ ବଂଶୀର ମୃତ୍ୟୁ । ବଂଶୀର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ଏବେ 26କୁ ହ୍ରାସ । ବାଘ ଛୁଆଟିର ଅନ୍ତଃନଳୀ ଓ ପାକସ୍ଥଳୀରେ ସଂକ୍ରମିତ ହୋଇ ନଷ୍ଟ ହୋଇ ମୃତ୍ୟୁ ଘଟିଥିବା ସୂଚନା ।
OUATରୁ ବିଶେଷଜ୍ଞ ଦଳ ବି ନନ୍ଦନକାନନରେ ପହଞ୍ଚିଛନ୍ତି । ତେବେ ହଠାତ କାହିଁକି ବାଘର ମୃତ୍ୟୁ ହେଲା ସେନେଇ ତା’ର ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି । ମାଆ ବିଜୟା ଓ ଛୁଆଗୁଡ଼ିକ ସହ ଅନ୍ୟ ବାଘମାନଙ୍କୁ ନିରୀକ୍ଷଣ କରାଯାଇଛି । ତେବେ ମାଆ ବିଜୟା ସହ ୨ ଛୁଆ ସୁସ୍ଥ ଥିବା ଜଣାପଡିଛି ।
ବାଘୁଣୀ ବିଜୟା ଓ ବାଘ ସେଫର ଔରସରୁ ଗତ 10 ମାସ ତଳେ ୩ଟି ଅଣ୍ଡିରା ବାଘ ଛୁଆ ଜନ୍ମ ହୋଇଥିଲେ । ଗତ 62ତମ ନନ୍ଦନକାନନ ପ୍ରତିଷ୍ଠା ଦିବସରେ ୩ ବାଘ ଛୁଆଙ୍କ ନାମ ରକି, ରାକେଶ ଓ ବଂଶୀ ରଖା ଯାଇଥିଲା । ଏମାନଙ୍କ ମଧ୍ୟରୁ ବଂଶୀର ମୃତ୍ୟୁ ଘଟିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ