ETV Bharat / city

ରାଜ୍ୟରେ ବାଘ ବଂଶ ସଙ୍କଟ, 14 ବର୍ଷରେ ଗାଏବ ହୋଇଛନ୍ତି 164 ମହାବଳ - ମହାବଳ

ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ବାଘଙ୍କ ସଂଖ୍ୟା । ଏଥିଲାଗି ରାଜ୍ୟରେ ଆଉ ୩ଟି ବାଘ ସଂରକ୍ଷଣ କେନ୍ଦ୍ର ଖୋଲାଯିବ ବୋଲି କହିଛନ୍ତି PCCF ସିସିର ରାଥୋ । ଅଧିକ ପଢନ୍ତୁ...

ରାଜ୍ୟରେ ବାଘ ବଂଶ ସଙ୍କଟ, 14 ବର୍ଷରେ ଗାଏବ ହୋଇଛନ୍ତି 164 ମହାବଳ

author img

By

Published : Jul 29, 2021, 6:27 PM IST

Updated : Jul 29, 2021, 6:52 PM IST

ଭୁବନେଶ୍ବର: ରାଜ୍ୟରେ ସଙ୍କଟରେ ବାଘ । 2004ରେ ରାଜ୍ୟରେ 192ଟି ମହାବଳ ବାଘ ଥିବା ବେଳେ 2018 ଗଣନା ଅନୁସାରେ ସଂଖ୍ୟା 28କୁ ଖସିଆସିଛି । ଗତ 14 ବର୍ଷ ମଧ୍ୟରେ ଏତେ ମାତ୍ରାରେ ବାଘ କୁଆଡେ ଗଲେ ବୋଲି ପ୍ରଶ୍ନ ଉଠୁଥିବା ବେଳେ ଏବେ ପୁଣି ଆରମ୍ଭ ହୋଇଛି ବାଘ ଗଣନା । ରାଜ୍ୟରେ ବିଲୁପ୍ତ ହେବାକୁ ଲାଗିଛନ୍ତି ମହାବଳ ବାଘ । ମହାବଳ ବାଘଙ୍କ ସଂଖ୍ୟା କମିବା ପରେ ଏବେ କଲରାପତରିଆ ବାଘଙ୍କ ଉପରେ ଏବେ ପଡିଛି ଶିକାରୀଙ୍କ ନଜର । ଏହାସହିତ ରାଜ୍ୟରେ ବାଘଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଆଉ ୩ଟି ବାଘ ସଂରକ୍ଷଣ କେନ୍ଦ୍ର ଖୋଲାଯିବ ବୋଲି PCCF ସିସିର ରାଥୋ କହିଛନ୍ତି ।

ଗତ 7 ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 27ଟି କଲରାପତରିଆ ବାଘ ଛାଲ ଜବତ କରିଛି STF ଓ ବନ ବିଭାଗ । ଆନ୍ତର୍ଜାତିକ ବାଘ ଦିବସରେ ରାଜ୍ୟରେ ବାଘ ସଂରକ୍ଷଣ ନେଇ ଚିନ୍ତା ବଢିଥିବା ବେଳେ ବିଭିନ୍ନ ବିଭାଗଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ବାଘ ସଂଖ୍ୟା ହ୍ରାସ ପାଉଥିବା ଅଭିଯୋଗ ହୋଇଛି । ତେଣୁ ଏବେ ରାଜ୍ୟରେ ଆଶା ଆଶଙ୍କାରେ ବାଘ ବଂଶ । ଗତ 14 ବର୍ଷ ମଧ୍ୟରେ ରାଜ୍ୟରୁ ଉଭାନ ହୋଇଥିବା 164ଟି ମହାବଳ ବାଘ ଏବେ କେଉଁଠି ପ୍ରଶ୍ନ ଉଠୁଛି । ମହାବଳ ବାଘଙ୍କୁ ହତ୍ୟା କରାଯାଇଛି ନା ସେମାନଙ୍କର ପ୍ରାକୃତିକ ମୃତ୍ୟୁ ଘଟିଛି ? ସେ ନେଇ ରାଜ୍ୟ ସରକାର କିମ୍ବା ବନ ବିଭାଗ ପାଖରେ ନାହିଁ କୌଣସି ଉତ୍ତର । ଏଭଳି ପରିସ୍ଥିତିରେ ରାଜ୍ୟରେ ବାଘ ସଂରକ୍ଷଣ ନେଇ ଚାଲିଥିବା ପ୍ରଚେଷ୍ଟା ଯେଭଳି ଲୋକ ଦେଖାଣିଆ ଭଳି ମନେ ହେଉଛି । ଅପରପକ୍ଷରେ ରାଜ୍ୟରେ ବାଘ ଗଣନା ପୁଣି ଆରମ୍ଭ ହୋଇଛି ।

ରାଜ୍ୟରେ ବାଘ ବଂଶ ସଙ୍କଟ, 14 ବର୍ଷରେ ଗାଏବ ହୋଇଛନ୍ତି 164 ମହାବଳ

2018 ଅନୁସାରେ ରାଜ୍ୟରେ ରହିଛି ମାତ୍ର 28ଟି ମହାବଳ ବାଘ । 2012ରୁ 2020 ମଧ୍ୟରେ 7ଟି ମହାବଳ ବାଘଙ୍କ ମୃତ୍ୟୁ ଘଟିଥିବା NTCA ନିଜ ରିପୋର୍ଟରେ ଦର୍ଶାଇଛି । ରାଜ୍ୟରୁ ମହାବାଳ ବାଘଙ୍କ ସଂଖ୍ୟା କମିଥିବାରୁ କଲରାପତରିଆ ବାଘଙ୍କ ଉପରେ ଶିକାରୀଙ୍କର ଲୋଲୁପ ଦୃଷ୍ଟି ପଡିଛି । 2020ରେ ଦେଶରେ 653ଟି କଲରାପତରିଆ ବାଘ ଥିବାବେଳେ 2021ରେ 355ଟି କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ 119ଟି ବାଘ ଛାଲ ଦେଶର ବିଭିନ୍ନ ସ୍ଥାନରୁ ଜବତ ହୋଇଛି । କେବଳ ଓଡିଶାରେ ଗତ 7 ମାସ ମଧ୍ୟରେ ପ୍ରାୟ 18ଟି ବାଘ ଛାଲ ଜବତ ହୋଇଛି । ଏଥିରୁ ସ୍ପଷ୍ଟ ହୋଇଛି ପ୍ରତି ମାସରେ 2ରୁ 3ଟି ବାଘକୁ ଶିକାର କରୁଛନ୍ତି ଶିକାରୀ । 2004ରେ ଓଡିଶାର ଜଙ୍ଗଲରେ 487ଟି କଲରାପତରିଆ ବାଘ ରହିଥିଲେ । 2016ରେ ଏହି ସଂଖ୍ୟା 318କୁ ଖସି ଆସିଛି ।

2012ରୁ 2020 ମଧ୍ୟରେ ରାଜ୍ୟର ବିଭିନ୍ନ ଜଙ୍ଗଲରୁ 250ଟି ବାଘ ଛାଲ ଜବତ ହୋଇଛି । ଏହା ପରେ ବନ ବିଭାଗର ଚିନ୍ତା ବଢିଛି । ରାଜ୍ୟ ସରକାର ଓ ବନ ବିଭାଗର ଦୂରଦୃଷ୍ଟି ଅଭାବ ଓ ମାଷ୍ଟର ପ୍ଲାନ ନଥିବାରୁ ରାଜ୍ୟରେ ବାଘ ବିପଦରେ ଥିବା ବିଶେଷଜ୍ଞ ମତ ଦେଉଛନ୍ତି । ଦିନ ଥିଲା ମହାବଳ ବାଘକୁ ନେଇ ବିଶ୍ବ ପ୍ରସିଦ୍ଧ ଥିଲା ଶିମିଳିପାଳ ଅଭୟାରଣ୍ୟ । ବର୍ତ୍ତମାନ ପରିସ୍ଥିତି ଏଭଳି ହେଲାଣି ଯେ ଖୋଜିଲେ ବି ଅଭୟାରଣ୍ୟର କୋର ଜଙ୍ଗଲରେ ବି ଦେଖା ମିଳୁନି ବାଘ । 2018ରେ ଏଠାରେ 7 ବାଘୁଣୀ ଓ ଗୋଟିଏ ବାଘକୁ ମିଶାଇ ୯ଟି ବାଘ ରହିଥିଲେ । ରାଜ୍ୟରୁ ବାଘ ସଂଖ୍ୟା ହ୍ରାସ ପାଉଥିବା ଖୋଦ ବନ ବିଭାଗ ଅଧିକାରୀଙ୍କୁ ଚକିତ କରିଛି । ଏବେ ବାଘ ସଂରକ୍ଷଣ ଜୋରଦାର କରିବାକୁ ଚେଷ୍ଟା ଆରମ୍ଭ କରିଛି ବନ ବିଭାଗ । ଶିମିଳିପାଳ ଓ ସାତକୋଶିଆ ପରେ ସୁନାବେଡା ଜଙ୍ଗଲକୁ ବାଘ ଅଭୟାରଣ୍ୟ ମାନ୍ୟତା ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛି ବିଭାଗ ।

ବାଘ ଅଭୟାରଣ୍ୟ ପାଇଁ NTCAର ଷ୍ଟାଣ୍ଡାର୍ଡ ପୂରଣ କରିବା କାର୍ଯ୍ୟ ଜାରି ରହିଛି । ବାଘ ଠିକ୍ ଥିଲେ ଜୈବ ବିବିଧତା ଠିକ ଅଛି ବୋଲି ଧରାଯାଏ । ୱାଇଲ୍ଡ ଲାଇଫ୍ ଆକ୍ଟରେ ଅପରାଧୀଙ୍କ ନେଟୱାର୍କ ବଢିଥିବା ସ୍ବୀକାର କରିଛନ୍ତି PCCF । ଏଭଳି ଅପରାଧ ରୋକିବା ପାଇଁ ଡିଜିଟାଲ ପ୍ଲାଟଫର୍ମ ଆବଶ୍ୟକ ରହିଛି ବୋଲି ପିସିସିଏଫ କହିଛନ୍ତି । ତେଣୁ ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ, WCCB ସହ ମିଶି ଓଡିଶା ବନ ବିଭାଗ ଅନେକ ଇଣ୍ଟେଲିଜେନ୍ସ ସେୟାର କରି ସଫଳତା ପାଇଥିବା ସେ କହିଛନ୍ତି । କଲରାପତରିଆ ବାଘ ଛାଲ ମିଳିବା ଘଟଣାକୁ ଗୁରୁତର ସହ ନେଇଛି ବିଭାଗ । ବାଘ ଛାଲ କେଉଁଠୁ ଆସୁଛି, କେଉଁଠି ବାଘ ହତ୍ୟା ହେଉଛି, ତାହା ସ୍ପଷ୍ଟ କରିବା ପାଇଁ ନୂଆ ଯୋଜନା ଆରମ୍ଭ କରାଯାଇଛି । କଲରାପତରିଆ ବାଘ ରହୁଥିବା ଅଞ୍ଚଳକୁ ଚିହ୍ନଟ କରି ସମ୍ପୃକ୍ତ ଅଞ୍ଚଳର DFOମାନଙ୍କ ସହ ଆଲୋଚନା କରୁଛି ବିଭାଗ ।

ସମ୍ପୃକ୍ତ ଅଞ୍ଚଳର ବନ କର୍ମଚାରୀଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ବାଘର ମଳ, ପାଦ ଚିହ୍ନ ଓ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପରବର୍ତ୍ତୀ ସମୟରେ କଲରାପତରିଆ ବାଘର ସଂଗୃହୀତ ମଳର DNA ପ୍ରୋଫାଇଲିଂ କରି ପୂର୍ବରୁ ସଂଗୃହୀତ DNA ସହ ଏହାକୁ ମିଶାଇ କେଉଁ ଅଞ୍ଚଳରୁ ବାଘ ଶିକାର ହୋଇଛି ତାହା ଜାଣିବାକୁ ଚେଷ୍ଟା ଆରମ୍ଭ ହୋଇଛି । ବାଘ ସମେତ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଆଠମଲ୍ଲିକ ଉତ୍ତର, ଖୋର୍ଦ୍ଧାର ବରବରା ଓ ବଲାଙ୍ଗୀର ତଥା ବରଗଡ ସୀମାନ୍ତ ଜଙ୍ଗଲକୁ ନେଇ ୩ଟି ଅଭୟାରଣ୍ୟ ପାଇଁ ଯୋଜନା କରାଯାଉଛି । ରାଜ୍ୟରେ ଯେଉଁଭଳି ଶିକାର ଚାଲିଛି, ଯଦି ଏ ନେଇ ଏବେ ପଦକ୍ଷେପ ନିଆନଯାଏ ତେବେ ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟରୁ ବାଘଙ୍କ ଚିହ୍ନବର୍ଣ୍ଣ ଲିଭିଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 29, 2021, 6:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.