ETV Bharat / city

ବିଧାନସଭାରେ ଅଚଳାବସ୍ଥା, ପାରିତ ହେଲା ରାଜସ୍ବ ବିଭାଗର ଅତିରିକ୍ତ ବଜେଟ - odisha assembly adjourns

ସ୍ଵାଭାବିକ ହେଉନି ବିଧାନସଭା । ପ୍ରଶ୍ନକାଳ, ଶୂନ୍ୟକାଳ ପରେ ମୁଲତବୀ ପ୍ରସ୍ତାବ ଉପରେ ବି ଆଲୋଚନା ହୋଇପାରିଲା ନାହିଁ । ସର୍ବଦଳୀୟ ବୈଠକରେ ବି ସହମତି ପ୍ରକାଶ ପାଇଲା ନାହିଁ । ଏହାସତ୍ତ୍ବେ ପାରିତ ହେଲା ରାଜସ୍ବ ଓ ବିପର୍ଯ୍ୟୟ ଅତିରିକ୍ତ ବ୍ୟୟ ବିଲ ।

ସ୍ବାଭାବିକ ହେଲାନି ବିଧାନସଭା
author img

By

Published : Nov 21, 2019, 4:40 PM IST

Updated : Nov 21, 2019, 8:32 PM IST

ଭୁବନେଶ୍ବର: ସ୍ଵାଭାବିକ ହୋଇପାରିନି ବିଧାନସଭା । ପ୍ରଶ୍ନକାଳ, ଶୂନ୍ୟକାଳ ପରେ ମୁଲତବୀ ପ୍ରସ୍ତାବ ଉପରେ ବି ଆଲୋଚନା ହୋଇପାରିଲା ନାହିଁ । ଅପରାହ୍ନରେ ବି ସମାନ ଅବସ୍ଥା । ସର୍ବଦଳୀୟ ବୈଠକରେ ବି ସହମତି ପ୍ରକାଶ ପାଇଲା ନାହିଁ । ଯେଉଁଥି ପାଇଁ ମଙ୍ଗଳବାର ଦିନ ତମାମ ବିଧାନସଭାରେ ଅଚଳାବସ୍ଥା ଦେଖାଦେଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିରୋଧୀ କଂଗ୍ରେସ ଓ ବିଜେପି ନିଜ ଜିଦରେ ଅଟଳ ରହିବ ଯୋଗୁଁ ଗୃହ ସ୍ବାଭାବିକ ହେଉନାହିଁ । ଧାନ କିଣା ପାଇଁ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରିବା ସହିତ ପ୍ରତ୍ୟାହାର ପାଇଁ ଅଡି ବସିଛନ୍ତି ବିରୋଧୀ ।

ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ‘ଗୃହରେ କହୁଛୁ, ଶୁଣିବାକୁ କେହି ନାହାଁନ୍ତି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି । ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ସର୍ବଦଳୀୟ ବୈଠକ ଡକାଯାଉଛି ହେଲେ ମନ୍ତ୍ରୀ ଉପସ୍ଥିତ ରହୁନାହାଁନ୍ତି ।

ଆଉ ଏହି ହୋହାଲ୍ଲା ଭିତରେ ବିଧାନସଭାରେ ପାରିତ ହୋଇଛି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଅନୁଦାନ 54 କୋଟି 87 ଲକ୍ଷ 50 ହଜାର ଟଙ୍କାର ବଜେଟ ଅନୁମୋଦନ ଲାଭ କରିଛି। ତେବେ ଏହି ଆଲୋଚନାରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଅଂଶଗ୍ରହଣ କରି ନଥିଲେ। ଏହି ବିଲ ପାରିତ ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି (ବୁଧବାର) ଯାଏଁ ମୁଲତବୀ ରଖିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସ୍ଵାଭାବିକ ହୋଇପାରିନି ବିଧାନସଭା। ପ୍ରଶ୍ନକାଳ, ଶୂନ୍ୟକାଳ ପରେ ମୁଲତବୀ ପ୍ରସ୍ତାବ ବି ଆଲୋଚନା ହୋଇପାରିଲା ନାହିଁ। ଅପରାହ୍ନରେ ବି ସମାନ ଅବସ୍ଥା। ସର୍ବଦଳୀୟ ବୈଠକରେ ବି ସହମତି ପ୍ରକାଶ ପାଇଲା ନାହିଁ। ଫଳରେ ତାହା ବି ବିଫଳ ହେଲା। ଆଜି ଦିନ ତମାମ ବିଧାନସଭା ରେ ଅଚଳାବସ୍ଥା ଦେଖାଦେଲା। ବିରୋଧୀ କଂଗ୍ରେସ ଓ ବିଜେପି ନିଜ ଜିଦରେ ଅଟଳ ରହିବ ଯୋଗୁଁ ଗୃହ ସ୍ୱାଭାବିକ ହେଉ ନାହିଁ। ଧାନ କିଣା ପାଇଁ ଟୋକାନ ବ୍ୟବସ୍ଥାକୁ ବିରୋଧ କରିବା ସହିତ ପ୍ରତ୍ୟାହାର ପାଇଁ ଅଡ଼ି ବସିଛନ୍ତି ବିରୋଧୀ। ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିତଧି ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ଗୃହରେ କହୁଚୁ, ଶୁଣିବାକୁ କେହି ନାହାଁନ୍ତି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି। ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ସର୍ବଦଳୀୟ ବୈଠକ ଡକାଯାଉଛି ହେଲେ ମନ୍ତ୍ରୀ ଉପସ୍ଥିତ ରହୁ ନାହାଁନ୍ତି। Body:କConclusion:
Last Updated : Nov 21, 2019, 8:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.