ETV Bharat / city

9 ଜିଲ୍ଲାରେ କାଳବୈଶାଖୀ ବର୍ଷା ପୂର୍ବାନୁମାନ

ରାଜ୍ୟରେ ବୃଦ୍ଧି ପାଇଛି ତାପମାତ୍ରା। ଗତ 24 ଘଣ୍ଟାରେ ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ 9ଟି ଜିଲ୍ଲାରେ ସ୍ଵଳ୍ପ ଘଡ଼ଘଡ଼ି ସହ ବର୍ଷା ହେବା ପୂର୍ବାନୁମାନ କରାଯାଉଛି । ଅଧିକ ପଢ଼ନ୍ତୁ...

author img

By

Published : Mar 23, 2021, 9:57 PM IST

9 ଜିଲ୍ଲାରେ କାଳବୈଶାଖୀ ବର୍ଷା ପୂର୍ବାନୁମାନ
9 ଜିଲ୍ଲାରେ କାଳବୈଶାଖୀ ବର୍ଷା ପୂର୍ବାନୁମାନ

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇଛି ତାପମାତ୍ରା। ଗତ 24 ଘଣ୍ଟାରେ ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ 9ଟି ଜିଲ୍ଲାରେ ସ୍ଵଳ୍ପ ଘଡ଼ଘଡ଼ି ସହ ବର୍ଷା ହେବା ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ତେବେ ଆସନ୍ତା ୨୫, ୨୬ ଓ ୨୭ ତାରିଖରେ ପାଗ ଶୁଖିଲା ରହିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ ।

9 ଜିଲ୍ଲାରେ କାଳବୈଶାଖୀ ବର୍ଷା ପୂର୍ବାନୁମାନ

ନୂଆପଡା, ମୟୁରଭଞ୍ଜ, ବରଗଡ଼, କେନ୍ଦୁଝର, ଢେଙ୍କାନାଳ, କଟକ, ନବରଙ୍ଗପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ସ୍ଵଳ୍ପ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି (ମାର୍ଚ୍ଚ 24) ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟ ବର୍ଷା ହେବା ପୂର୍ବାନୁମାନ କରାଯାଇଛି। ଏହାପରେ ପରେ 3ଦିନ ପାଗ ଶୁଖିଲା ରହିବ। ଆଗକୁ ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାରେ ସ୍ଵଳ୍ପ ବର୍ଷା ରେକର୍ଡ ହୋଇଛି। ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୧.୦ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ବରରେ ୪୦.୨ ଡିଗ୍ରୀ , କଟକରେ ୩୯.୦ ଡିଗ୍ରୀ, ଅନୁଗୁଳରେ ୩୯.୫ ଡିଗ୍ରୀ, ହୀରାକୁଦରେ ୩୯.୪ ଡିଗ୍ରୀ, ବାରିପଦାରେ ୩୯.୪ ଡିଗ୍ରୀ , ତାଳଚେରରେ ୩୯.୪ ଡିଗ୍ରୀ ଓ ମାଲକାନଗିରିରେ ୩୯.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ ଏହାକୁ ନେଇ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.