ETV Bharat / city

19 ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା, 5 ଦିନ ଲଗାଣ ବର୍ଷା

author img

By

Published : May 4, 2021, 10:19 PM IST

Updated : May 4, 2021, 10:56 PM IST

ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ 19 ଜିଲ୍ଲାକୁ ସତର୍କ ସୂଚନା ଜାରି । ଅଧିକ ପଢନ୍ତୁ...

19 ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ ସୂଚନା, 5 ଦିନ ଲାଗିରହିବ ବର୍ଷା

ଭୁବନେଶ୍ବର: ରାଜ୍ୟରେ କାଳ ବୈଶାଖୀ ବର୍ଷା ଜାରି ରହି ଥିବାବେଳେ ପୁଣି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ୩ ଜିଲ୍ଲାକୁ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

19 ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା, 5 ଦିନ ଲଗାଣ ବର୍ଷା
ସୂଚନା ଅନୁଯାୟୀ ପଶ୍ଚିମ ଉତ୍ତର ପ୍ରଦେଶ ଓ ଆଖପାଖ ଆସାମ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସହ ଟ୍ରଫ୍ ଲାଇନ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ରାଜ୍ୟରେ ଆସନ୍ତା 5 ଦିନ ୮ ତାରିଖ ସକାଳ ପର୍ଯ୍ୟନ୍ତ କାଳ ବୈଶାଖୀର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୨୪ ଘଣ୍ଟା, ବୁଧବାର ସକାଳ ୮ଟା ୩୦ ସୁଦ୍ଧା ୧୯ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବଜ୍ରପାତ ସହ ସର୍ବାଧିକ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୯.୧ ଡିଗ୍ରୀ ରେକର୍ଡ ହୋଇ ଥିବାବେଳେ ଅନ୍ୟ ଜିଲ୍ଲାଗୁଡିକରେ ୪୦ ଡିଗ୍ରୀରୁ କମ ତାପମାତ୍ରା ରହିଥିବା ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଭଦ୍ରକରେ ସର୍ବାଧିକ ୪୯.୦ ମିମି, ତିହିଡିରେ ୪୬.୦ମିମି, ବାସୁଦେବପୁରରେ ୪୨.୦ ମିମି, ବାଲେଶ୍ୱରରେ ୪୦.୦, ଜଗତସିଂହପୁରରେ ୩୫.୭ ମିମି ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବର ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : May 4, 2021, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.