ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ତାପମାତ୍ରା କମୁଛି, ଫଳରେ ତାତି କମିବାରେ ଲାଗିଛି । ଝାଞ୍ଜି ପବନ ଯୋଗୁ ଅସ୍ତବ୍ୟସ୍ତ ଜନ ଜୀବନ । ବଙ୍ଗୋପସାଗର ଅଞ୍ଚଳରୁ ପବନ ବହିବାରେ ଲାଗିଛି । ଆସନ୍ତା 5 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା । ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଦୈନିକ କାଳବୈଶାଖୀ ହେବ । ୩,୪ ତାରିଖରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟା, ରବିବାର ମଧ୍ୟରେ ୧୬ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ବିଜୁଳି ଘଡଘଡି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।
ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ 30 ରୁ 40 କିମି ବେଗରେ ପବନ ବହିବା ସହ ବଜ୍ରପାତ,ବର୍ଷା ହେବାର ସମ୍ଭାବନା ଅଛି ।
ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୨.୮ ଡିଗ୍ରୀ, ସୁନ୍ଦରଗଡରେ ୪୨.୫ , ଅନୁଗୁଳରେ ୪୧.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱରରେ ୩୮.୧ ଡିଗ୍ରୀ ।
ମୟୂରଭଞ୍ଜ ତିରିଙ୍ଗରେ ସର୍ବାଧିକରେ ୪୭.୨ ମିମି, ନୟାଗଡ଼ ଜିଲ୍ଲା ରଣପୁରରେ ୪୩.୨, ଭଦ୍ରକ ଆଖୁଆପଦାରେ ୪୦.୪ ମିମି ବର୍ଷା ରେକର୍ଡ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ