ଭୁବନେଶ୍ବର: ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଶଙ୍ଖ ଫୁଙ୍ଖିଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀର 3 ସ୍ୱାଧୀନ କାଉନସିଲର । ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌର ପରିଷଦର ୩ ଜଣ ସ୍ୱାଧୀନ ଭାବେ ଜିତିଥିବା କାଉନସିଲର ଆଜି(ରବିବାର) ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।
4,6,ଓ 12 ନମ୍ବର ୱାର୍ଡର କାଉନସିଲର ବିଧିବଦ୍ଧ ଭାବେ ବିଜେଡିର ସାମିଲ ହୋଇଛନ୍ତି । ବାର ନମ୍ବର ୱାର୍ଡର ନିଳିମା ସ୍ୱାଇଁ, ଛ ନମ୍ବର ୱାର୍ଡର ବିଷ୍ଣୁ ସାହୁ ଏବଂ ଚାରି ନମ୍ବର ୱାର୍ଡର ଫେମିନା ବେଗମ ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ମୁନା ଖାଁ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ବିଧାୟକ ଜିତୁ ମିତ୍ର, ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ ଏବଂ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପସ୍ଥିତିରେ ବିଜେଡିର ମିଶିଛନ୍ତି । ଦଳରେ ଏମାନଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତ କରିବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ