ETV Bharat / city

ଏଣିକି କ୍ୟାପିଟାଲ ହସ୍ପିଟାଲରେ ଦୈନିକ ଏକ ହଜାର ଟୀକାକରଣ - corona vaccination

ଏଣିକି କ୍ୟାପିଟାଲ ହସ୍ପିଟାଲରେ ଦୈନିକ ଏକ ହଜାର ଟୀକାକରଣ କରାଯିବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ...

ଦୈନିକ ଏକ ହଜାର ଟୀକାକରଣ
ଦୈନିକ ଏକ ହଜାର ଟୀକାକରଣ
author img

By

Published : Mar 18, 2021, 3:50 PM IST

ଭୁବନେଶ୍ବର: ଏଣିକି କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଏକ ହଜାର ଟୀକାକରଣ ହେବ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ଦୈନିକ ଏକ ହଜାର ଟୀକାକରଣ

ପୂର୍ବରୁ ଦୈନିକ ତିନି ଶହରୁ ଚାରି ଶହ ଟୀକାକରଣ କରାଯାଉଥିଲା। ମାତ୍ର କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହା ସହିତ କୋରୋନା ଟେଷ୍ଟ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦିଆହୋଇଛି । ରାଜ୍ୟରେ ଟୀକାକରଣ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସହିତ କିଭଳି ଭାବରେ ଅଧିକ ଲୋକ ଟିକା ନେବେ ସେଥିପ୍ରତି ଧ୍ୟାନ ଦିଆଯାଉଛି।

ଏପଟେ ଖରା ବଢ଼ୁଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଟୀକାକରଣ ପାଇଁ ସମସ୍ତ ପ୍ରକାରର ସୁବିଧା କରାଯାଇଛି। ଓଡିଶାରେ 48 ଲକ୍ଷ ବୟସ୍କ ଲୋକ ଅଛନ୍ତି। ଯାହାଙ୍କୁ ପ୍ରତ୍ୟେକ ଦିନ ଟୀକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ସକାଳ 8 ରୁ ସନ୍ଧ୍ୟା 5 ଟା ମଧ୍ୟରେ ଟୀକାକରଣ କରାଯାଉଛି। ଟୀକା ନେବାକୁ ଆସୁଥିବା ଲୋକମାନେ ଆଧାର କାର୍ଡ, ପ୍ୟାନ କାର୍ଡ, ଭୋଟର କାର୍ଡ ପାଖରେ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.