ETV Bharat / city

ଭୁବନେଶ୍ୱରରେ ପହଞ୍ଚିଲେ ଥୋମାସ କପ୍ ବିଜେତା ଭାରତୀୟ ଟିମ୍, ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର

ଦୀର୍ଘ ୭୩ ବର୍ଷ ପରେ ଥୋମାସ୍‌ କପ୍‌ ଟ୍ରଫି ଉଠାଇଛି ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ । ଏଥିପାଇଁ ଥୋମାସ୍‌ କପ୍‌ ବିଜୟୀ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

author img

By

Published : Jun 8, 2022, 3:32 PM IST

ଭୁବନେଶ୍ବରରେ ପହଞ୍ଚିଲେ ଥୋମାସ କପ୍ ବିଜେତା ଭାରତୀୟ ଖେଳାଳୀ

ଭୁବନେଶ୍ବର: ଦୀର୍ଘ ୭୩ ବର୍ଷ ପରେ ଥୋମାସ୍‌ କପ୍‌ ଟ୍ରଫି ଉଠାଇଛି ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ । ଏଥିପାଇଁ ଥୋମାସ୍‌ କପ୍‌ ବିଜୟୀ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର । ଏଥଇପାଇଁ ଆଜି ରାଜଧାନୀରେ ପହଞ୍ଚିଲେ ଥୋମାସ କପ୍ ବିଜେତା ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ ।

ଭୁବନେଶ୍ବର ବିମାନ ବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ତାଙ୍କୁ କ୍ରୀଡ଼ା ବିଭାଗ ପକ୍ଷରୁ ପାଛୋଟି ଅଣାଯାଇଥିଲା । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିବେ । ଏଥିପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲୋକସେବା ଭବନରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯିବ ।

ଲକ୍ଷ୍ୟ ସେନ୍‌, କିଦାମ୍ବୀ ଶ୍ରୀକାନ୍ତ, ଚିରାଗ ସେଟ୍ଟୀ ଓ ସାତ୍ବିକସାଇରାଜ ରାଙ୍କିରେଡ୍ଡି ପ୍ରମୁଖ ଭାରତୀୟ ବ୍ୟାଡମିଣ୍ଟନ ଦଳରେ ସାମିଲ ଥିଲେ । ଭାରତୀୟ ଦଳ ୧୪ ଥର ଥୋମାସ କପ୍‌ ଚମ୍ପିଆନ୍‌ ଇଣ୍ଡୋନେସିଆକୁ ମାତ୍‌ ଦେଇ ଇତିହାସ ରଚିଛି । ଏହାପରେ ଖେଳାଳିଙ୍କୁ ସମ୍ବର୍ଦ୍ଧନର ସୁଅ ଛୁଟିବାରେ ଲାଗିଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.