ETV Bharat / city

ଏଥର ପ୍ଲାଷ୍ଟିକ ଓ ପ୍ରଦୂଷଣ ମୁକ୍ତ ହେବ ‘ପାର୍ବଣ ଋତୁ’ - awareness program

ଆଗକୁ ଆସୁଛି ପାର୍ବଣ ଋତୁ । ଏଥିପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ ବିଭିନ୍ନ ମଣ୍ଡପ ଓ ପୀଠ । ଚଳିତ ବର୍ଷ ଏହି ପର୍ବପର୍ବାଣୀ ପାଳନ ସମୟରେ ସହରକୁ ପ୍ଲାଷ୍ଟିକ ଓ ପ୍ରଦୂଷଣମୁକ୍ତ ରଖିବାକୁ ଭୁବନେଶ୍ବର ଦୁର୍ଗାପୂଜା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 19, 2019, 9:46 AM IST

ଭୁବନେଶ୍ବର: ଆଗକୁ ଆସୁଛି ପାର୍ବଣ ଋତୁ । ଏଥିପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ ବିଭିନ୍ନ ମଣ୍ଡପ ଓ ପୀଠ । ବିଭିନ୍ନ ପର୍ବପର୍ବାଣୀକୁ ନେଇ ଏହି ମଣ୍ଡପ ଓ ପୀଠମାନଙ୍କରେ ଅନେକ ଦେବାଦେବୀଙ୍କ ମୂର୍ତ୍ତି ଓ ତୋରଣ ଶୋଭା ପାଇବ । କିନ୍ତୁ ଚଳିତ ବର୍ଷ ଏହି ପର୍ବପର୍ବାଣୀ ପାଳନ ସମୟରେ ସହରକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହ ମଣ୍ଡପ ଚାରିପଟେ ଗଛ ଲଗାଇ ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି କରିବାକୁ ଭୁବନେଶ୍ବର ଦୁର୍ଗାପୂଜା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସହରର ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ବିଭିନ୍ନ ପ୍ରକାର ସାମାଜିକ ମୂଲ୍ୟବୋଧ ଭିତ୍ତିକ ବାର୍ତ୍ତା ଲଗାଇ ଲୋକଙ୍କୁ ସଚେତନ କରିବାକୁ ନିବେଦନ କରାଯିବ ବୋଲି ଟ୍ରଷ୍ଟର ସଭାପତି ନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି । ଶହୀଦନଗର ଉଇନର ଆସୋସିଏସନ ଅନୁଷ୍ଠାନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆସନ୍ତା 24 ତାରିଖରେ ରାଜ୍ୟର ପାଖାପାଖି 400ରୁ ଉର୍ଦ୍ଧ୍ବ ଲକ୍ଷ୍ମୀ, କାଳୀ ଓ ଦୁର୍ଗା ପୂଜା ସମିତିର ସଦସ୍ୟଙ୍କ ସମାବେଶ ସ୍ଥାନୀୟ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ କରାଯାଇଛି । ଯେଉଁଠି ଉପରୋକ୍ତ ବିଷୟ ସମ୍ବନ୍ଧରେ ସେମାନଙ୍କୁ ସଚେତନ କରାଯିବ । ଏଥିସହିତ ମେଢ଼ ଭସାଣି ଓ ଶୋଭାଯାତ୍ରାରେ ପାରମ୍ପାରିକ ବାଦ୍ୟଯନ୍ତ୍ର ବ୍ୟବହାର କରିବାକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି ।

ବିଧି ବିଧାନ ଅନୁଯାୟୀ ପୂଜା କରାଗଲେ କିପରି ସମସ୍ତଙ୍କ ମଙ୍ଗଳ ହେବ ସେ ବିଷୟରେ ଆଲୋଚନା କରାଯିବ । ଉତ୍ସବ ସମୟରେ ବିଭିନ୍ନ ପୂଜା ସମିତିର କର୍ମକର୍ତ୍ତାଙ୍କ ସମେତ ସମାଜରେ ବିଭିନ୍ନ ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସମ୍ପାଦକ ଉମାନାଥ ମିଶ୍ର, ଉପସଭାପତି ଲଳିତ ମୋହନ ପଣ୍ଡା, ସହ-ସମ୍ପାଦକ ମଳୟ ରଞ୍ଜନ ମହାପାତ୍ରଙ୍କ ସମେତ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ପାର୍ବଣ ର ଋତୁ।ଏହି ଋତୁରେ ସାରା ରାଜ୍ୟରେ ବିଭିନ୍ନ ପର୍ବପର୍ବାଣି ରେ ମଣ୍ଡପ ଓ ପୀଠ ମାନଙ୍କରେ ଅନେକ ଦେବଦେବୀଙ୍କ ମୂର୍ତ୍ତି ଓ ତୋରଣ ଶୋଭାପାଇବ।ଯାହାକୁ ପ୍ଲାଷ୍ଟିକ ମୁକ୍ତ କରିବା ସହିତ ମଣ୍ଡପ ଚାରିକାଡେ ଗଛ ଲଗାଇ ପ୍ରାକୃତିକ ପରିବେଶ ସୃଷ୍ଟି କରିବାକୁ ଭୁବନେଶ୍ୱର ଦୁର୍ଗାପୂଜା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି।

Body:ଏହା ସହିତ ପୂଜାମଣ୍ଡପ ଅଞ୍ଚଳରେ ବିଭିନ୍ନ ପ୍ରକାର ସାମାଜିକ ମୂଲ୍ୟବୋଧ ଭିତ୍ତିକ ବାର୍ତ୍ତା ଲଗାଇ ଲୋକଙ୍କୁ ସଚେତନ କରିବାକୁ ନିବେଦନ କରାଯିବ ବୋଲି ଟ୍ରଷ୍ଟର ସଭାପତି ନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି।ଆଜି ଏହି ଉପଲକ୍ଷେ ଶହୀଦନଗର ଉଇନର ଆସୋସେସନ ଅନୁଷ୍ଠାନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି କି ଏଥିପାଇଁ ଆସନ୍ତା 24 ତାରିଖରେ ରାଜ୍ୟର ପାଖାପାଖି 400ରୁ ଉର୍ଦ୍ଧ୍ବ ଲକ୍ଷ୍ମୀ,କାଳୀ ଓ ଦୁର୍ଗା ପୂଜାସମିତିର ସଦସ୍ୟଙ୍କ ସମାବେଶ ସ୍ଥାନୀୟ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ କରାଯାଇଛି।ଯେଉଁଠି ସେମାନଙ୍କୁ ଉପରୋକ୍ତ ବିଷୟ ସମ୍ବନ୍ଧରେ ସଚେତନ କରାଯିବା ସହିତ ମେଢ଼ ଭାଷାଣି ଓ ଶୋଭାଯାତ୍ରାରେ ପାରମ୍ପାରିକ ବାଦ୍ୟଯନ୍ତ୍ର ବ୍ୟବହାର କରିବାକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି।ଏହା ସହିତ ପୂଜା କିପରି ବିଧି ବିଧାନ ଅନୁସାରେ କରାଯାଇ ପାରିଲେ ସମସ୍ତଙ୍କର ମଙ୍ଗଳ ହେବ ସେ ବିଷୟରେ ଆଲୋଚନା କରାଯିବ।ସେହି ଉତ୍ସବରେ ବିଭିନ୍ନ ପୂଜା ସମିତିର କର୍ମକର୍ତାଙ୍କ ସମେତ ସମାଜରେ ବିଭିନ୍ନ ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ସୂଚନା ଦେଇଛନ୍ତି।
ଆଜିର ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ଉମାନାଥ ମିଶ୍ର,ଉପସଭାପତି ଲଳିତ ମୋହନ ପଣ୍ଡା,ସହ ସମ୍ପାଦକ ମଳୟ ରଞ୍ଜନ ମହାପାତ୍ର ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତଥିଲେ।
ବାଇଟ-ସଭାପତି ଭୁବନେଶ୍ୱର ଦୁର୍ଗା ପୂଜା ଚାରିଟେବୁଲ ଟ୍ରଷ୍ଟ-ନାରାୟଣ ମହାପାତ୍ର
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.