ଭୁବନେଶ୍ବର: କଥାରେ ଅଛି ଅଣ୍ଟି ଛୁରୀ ତଣ୍ଟି କାଟେ । ସେହିଭଳି କିଛି ଘଟଣା ଘଟିଛି ରାଜଧାନୀରେ । ନିଜେ କାମ କରୁଥିବା ବାବୁଙ୍କ ଘରେ କଳାକନା ବୁଲାଇଛି ଡ୍ରାଇଭର । ଲୋଭ ସମ୍ଭାଳି ନ ପାରି ମାଲିକଙ୍କ ଠାକୁର ଘରୁ ଚୋରାଇ ଥିଲା ଠାକୁରଙ୍କ ସୁନା ଚେନ୍। ଏହାପରେ କିଛି ଜାଣିନଥିବାର ନାଟକ କରିଥିଲା । ହେଲେ ଶେଷରେ ପୋଲିସ ହାତରେ ପଡିଛି ଚୋର ଡ୍ରାଇଭର । ଅଭିଯୁକ୍ତ ଠାରୁ 22ଟି ସୁନା ଚେନ୍ ଜବତ କରାଯାଇଛି ।
ସୂଚନାଯୋଗ୍ୟ, ଭୁବନେଶ୍ବରସ୍ଥିତ ସହିଦ ନଗରରେ ରହୁଥିବା ପୂର୍ବତନ ବୈଦେଶିକ ସଚିବ ଅବସର ବେଉରିଆଙ୍କ ଘରୁ 22ଟି ସୁନାଚେନ ଚୋରି ହୋଇଥିଲା । ଯାହାକି ଠାକୁରଙ୍କ ପାଖରେ ଲାଗି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ଛାନଭିନ କରିଥିଲା । ତଦନ୍ତରୁ ସ୍ପଷ୍ଟ ହୋଇଥିଲା କି ସମ୍ପୃକ୍ତ ପୂର୍ବତନ ସଚିବଙ୍କ ଡ୍ରାଇଭର ସୁମନ ପ୍ରଧାନ ହିଁ ଚୋରି କରିଛି । ପରେ କମିଶନରେଟ ପୋଲିସ ଅଭିଯୁକ୍ତକୁ ଗିରଫ କରି ସମସ୍ତ ଚୋରି ଚେନ୍ ଜବତ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ