ETV Bharat / city

ରାଜ୍ୟରେ ନିର୍ମାଣ ହେବ ୨ ହଜାର ୯୧୧ଟି ଉଠା ଜଳସେଚନ ପ୍ରକଳ୍ପ

author img

By

Published : Oct 25, 2021, 10:54 PM IST

ବିଜୁ କୃଷକ ବିକାଶ ଯୋଜନାରେ ବିଭିନ୍ନ ପ୍ରକାର ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟସ୍ତରୀୟ ଚୟନ କମିଟିରେ ନିଷ୍ପତ୍ତି ହୋଇଛି । ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

Anu Garga
Anu Garga

ଭୁବନେଶ୍ବର: ବିଜୁ କୃଷକ ବିକାଶ ଯୋଜନାରେ ବିଭିନ୍ନ ପ୍ରକାର ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟସ୍ତରୀୟ ଚୟନ କମିଟିରେ ନିଷ୍ପତ୍ତି ହୋଇଛି । ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ୨ ହଜର ୯୧୧ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ(କ୍ଲିପ) ନିର୍ମାଣ ପାଇଁ ପ୍ରସ୍ତାବ ଅନୁମୋଦନ କରାଯାଇଛି । ସେଥିମଧ୍ୟରୁ ୨ ହଜାର ୨୨ଟି ରିଭର ଲିଫ୍ଟଟ ପ୍ରକଳ୍ପ ଓ ୬୨୭ ଟି ନଳକୂପ ପ୍ରକଳ୍ପ ନିର୍ମାଣ ପାଇଁ ଚୟନ କମିଟିରେ ଅନୁମୋଦନ କରାଯାଇଛି ।

PHOTO
ରାଜ୍ୟରେ ନିର୍ମାଣ ହେବ ୨ ହଜାର ୯୧୧ ଟି ଉଠା ଜଳସେଚନ ପ୍ରକଳ୍ପ

ବିକେବିୱାଇ ପ୍ରକଳ୍ପ କାର୍ଯକାରୀ ହେଉଥିବା ରାଜ୍ୟର କେବିକେ ଅଞ୍ଚଳର ୬ଟି ଜିଲ୍ଲା ଓ ଅଣ କେବିକେ ଜିଲ୍ଲାର ୨୧ଟି ଜିଲ୍ଲା ଏହିପରି ମୋଟ ୨୭ ଟି ଜିଲ୍ଲାର ୨୨୧ଟି ବ୍ଲକରେ ୯୮,୧୯୫.୧୧ ଲକ୍ଷ ଟଙ୍କା ଖର୍ଚ୍ଚରେ ଏହି ପ୍ରକଳ୍ପ ସବୁ କାର୍ଯ୍ୟକାରୀ ହେବ । ଫଳରେ ନକ୍ସାଙ୍କନ କରାଯାଇଥିବା ୫୬ ହଜାର ୮୯୦ ହେକ୍ଟର ଅଞ୍ଚଳକୁ ଅତିରିକ୍ତ ଜଳସେଚନ ସୁବିଧା ମିଳିବ । ନାବାର୍ଡର ରାଜ୍ୟ ଗ୍ରାମୀଣ ଭିତିଭୂମି ଉନ୍ନୟନ ସହାୟତା ପାଣ୍ଠି ଅର୍ଥରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ ।

ଏଥି ସହିତ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପୋଷଣୀୟ ଜଳସେଚନ ସୁବିଧା ନିମନ୍ତେ ଭୂତଳ ଜଳର ପୁନଃର୍ଭରଣ ପାଇଁ ୨୬୨ଟି ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବ । ଏନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ପ୍ରମୁଖ ଶାସନ ସଚିବ ସୂଚନା ଦେଇଛନ୍ତି ।

ବୈଠକରେ ଜଳସଂପଦ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ତଥା ଓଡିଶା ଉଠାଜଳସେଚନ ନିମଗର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ବାଲେଶ୍ବର ନାଥ ସାହୁ, ବିଭାଗର ଅତିରିକ୍ତ ଶାସନ ସଚିବ ସୁବ୍ରତ କୁମାର ପଣ୍ଡା ଓ ବିଶ୍ବଜିତ ବିଶ୍ବାଳ, ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ବତନ୍ତ୍ର ଶାସନ ସଚିବ, ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ ଯୋଜନା ଓ ନକ୍ସାଙ୍କନ, ମୁଖ୍ୟ ଯନ୍ତ୍ରୀ( କ୍ଷୁଦ୍ର ଜଳସେଚନ), ମୁଖ୍ୟ ଯନ୍ତ୍ରୀ(ଭୂତଳ ଜଳ)ଙ୍କ ସମେତ ରାଜ୍ୟ ଯୋଜନା ଓ ସଂଯୋଜନ, ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ବିଭାଗର ପ୍ରତିନିଧିବୃନ୍ଦ ତଥା କମିଟିର ଅନ୍ୟ ସଦସ୍ୟ, ସଦସ୍ୟାମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.