ଭୁବନେଶ୍ବର: ରାଜ୍ୟରେ ମୋଟ 30ଟି ସାଇନ୍ସ ପାର୍କ କରାଯିବ । ତେବେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ 10ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ଆଉ 10ଟି ସାଇନ୍ସ ପାର୍କ ଖୋଲିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।
ଏହା ସହ 4ଟି ସ୍ଥାନରେ ପାର୍କ କରିବା ନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ବାରିପଦା, କେନ୍ଦୁଝର, ଗୋପାଳପୁର ଓ ରାୟଗଡା ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ମନ୍ତ୍ରୀ କହିଛନ୍ତି । ସେହିପରି ରାଉରକେଲା ଓ ବଲାଙ୍ଗୀରରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଭୁବନେଶ୍ବରରେ ଗୋଟିଏ ସାଇନ୍ସ ପାର୍କ ରହିଛି ବୋଲି ଗୃହରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ