ETV Bharat / city

'ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନି ଟ୍ରିପଲ ମ୍ୟୁଟାଣ୍ଟ'

author img

By

Published : Apr 23, 2021, 4:01 PM IST

Updated : Apr 23, 2021, 4:32 PM IST

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନାହିଁ ଟ୍ରିପଲ ମ୍ୟୁଟାଣ୍ଟ। ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଚିହ୍ନଟ ହୋଇଛି ଏହି ଟ୍ରିପଲ ମ୍ୟୁଟାଣ୍ଟ । ଏହାକୁ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢ଼ନ୍ତୁ...

'ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନି ଟ୍ରିପଲ ମ୍ୟୁଟାଣ୍ଟ'
'ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନି ଟ୍ରିପଲ ମ୍ୟୁଟାଣ୍ଟ'

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନାହିଁ ଟ୍ରିପଲ ମ୍ୟୁଟାଣ୍ଟ। ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଚିହ୍ନଟ ହୋଇଛି ଏହି ଟ୍ରିପଲ ମ୍ୟୁଟାଣ୍ଟ । ଏହାକୁ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ । କୋଭିଡ-19 ଭୁତାଣୁର ଟ୍ରିପଲ ମ୍ୟୁଟାଣ୍ଟ ଶୀଘ୍ର ବ୍ୟାପିବାରେ ଲାଗିଛି। ଏହି ନୂଆ ଭୁତାଣୁକୁ କୋଭିଡ ଟିକା ରୋକିପାରିବ କି ନାଁ ନାହିଁ ତାହା ବର୍ତ୍ତମାନ ଅନୁଧ୍ୟାନ ଚାଲିଛି।

ଦ୍ବିତୀୟ ଡୋଜ ନେବାପରେ ରାଜ୍ୟରେ ସଂକ୍ରମଣ କମ ହେବାନେଇ ଆଶା କରାଯାଉଛି। ଏଥିପାଇଁ ସଭିଙ୍କୁ ଦ୍ବିତୀୟ ଡୋଜ କରୋନା ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେପଟେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ନୂଆ ନିୟମାବଳୀ ଜାରି କରିଛନ୍ତି ରାଜ୍ୟ ସରକାର। ପଶ୍ଚିମବଙ୍ଗରୁ ଯେଉଁମାନେ ଓଡ଼ିଶା ଫେରିବେ ସେମାନଙ୍କୁ 14 ଦିନ କ୍ବାରେଣ୍ଟିନରେ ରହିବାକୁ ହେବ। ପଡ଼ୋଶୀ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ନଜର ରଖିବା ପାଇଁ ସମସ୍ତ ସୀମାବର୍ତ୍ତି ଅଞ୍ଚଳରେ କଡ଼ା ସୁରକ୍ଷା କରାଯାଇଛି ।

ରାଜ୍ୟକୁ ଆସିଥିବା ସମସ୍ତ ଜାତୀୟ ରାଜପଥ ରାଜ୍ୟ ରାଜପଥ ଓ ଛୋଟ ବଡ଼ ରାସ୍ତା ବା ପ୍ରବେଶ ପଥକୁ ସିଲ କରାଯାଇଛି। ଫଳରେ ଲୁଚି ଚାପି ଆସୁଥିବା ଲୋକମାନଙ୍କ ଉପରେ ନଜର ରଖି ପାରିବ ପ୍ରଶାସନ। ଏହି ନିୟମରେ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

କ'ଣ ଏହି ଟ୍ରିପଲ ମ୍ୟୁଟାଣ୍ଟ, ଜାଣନ୍ତୁ...

ଭୂତାଣୁ ଯେତେବେଳେ ଗୋଟିଏ ଦେହରୁ ଅନ୍ୟ ଏକ ଦେହକୁ ପ୍ରବେଶ କରିଥାଏ, ତାହାର ପ୍ରକୃତ ଆଚରଣରେ କେତେକ ପରିବର୍ତ୍ତନ ଘଟିଥାଏ। ଆମ କୋଷକୁ ଦୁର୍ବଳ କରୁଥିବା ବା ଆକ୍ରମଣ କରୁଥିବା ଭୂତାଣୁର ସରଫେସ ପ୍ରୋଟିନରେ କିଛିଟା ପରିବର୍ତ୍ତନ ଦେଖାଯାଏ। ଏହି ଭୂତାଣୁରେ ଥିବା କିଛି ଏମିନୋ ଏସିଡ ନଷ୍ଟ ହେଉଯାଉଥିବା ବେଳେ କିଛି ଶରୀର ସହ ମିଶିଯାଏ। ଏହି ସମସ୍ତ ପ୍ରକ୍ରିୟା କୁହାଯାଏ ମ୍ୟୁଟେସନ। ବର୍ତ୍ତମାନ କୋରୋନା ଭାଇରସ ଡବଲ ମ୍ୟୁଟାଣ୍ଟ ହେଉଛି B1.617 ରହିଥିବା ବେଳେ ଟ୍ରିପଲ ମ୍ୟୁଟାଣ୍ଟ B1.618ରହିଛି।

ଏଥିରେ ମଧ୍ୟ କିଛି ଏମିନୋ ଏସିଡ ନଷ୍ଟ ହୋଇ ଯାଇଥିବା ବେଳେ କିଛି ଏମିନୋ ଏସିଡରେ ପରିବର୍ତ୍ତନ ଘଟିଛି। ଏଭଳି ସ୍ଥିତିରେ ଭାଇରସ ଅଧିକ ମାରାତ୍ମକ ହୋଇଥାଏ। ଭୂତାଣୁର ସଂକ୍ରମଣ କ୍ଷମତା ଏଥିରେ ଯଥାଧିକ ଥାଏ। ଏହି ଭୂତାଣୁ ଶରୀରରେ ଥିବା ଆଣ୍ଟିବଡିକୁ ମଧ୍ୟ ପାର କରିବ। ଏହା ଦ୍ବାରା ବ୍ରେକଥ୍ରୁ ସଂକ୍ରମଣ ବୃଦ୍ଧି ପାଇବ। ତେବେ ଓଡ଼ିଶାରେ ଏପର୍ଯ୍ୟନ୍ତ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇନାହିଁ।

ଆଜି(ଶୁକ୍ରବାର) 6 ହଜାରରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଟ୍ରିପଲ ମ୍ୟୁଟାଣ୍ଟ ଭାଇରସକୁ ନେଇ ରାଜ୍ୟରେ ଭୟର ବାତାବରଣ ରହିଛି। ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ । କୋରୋନା ଭାଇରସର ମୁକାବିଲା କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ରାଜ୍ୟ ସରକାର।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 23, 2021, 4:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.