ETV Bharat / city

‘ଓଡିଶାରେ ଆଉ ନାହିଁ ଅବପାତର ପ୍ରଭାବ’

author img

By

Published : Oct 14, 2020, 4:23 PM IST

ଓଡିଶା ଉପରେ ଆଉ ନାହିଁ ଅବପାତର ପ୍ରଭାବ । ସେହିପରି ଲଗାଣ ବର୍ଷା ପାଇଁ ମଧ୍ୟ ବନ୍ୟାର ଆଶଙ୍କା ନଥିବା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଅଧିକ ପଢନ୍ତୁ...

‘ଓଡିଶା ଉପରେ ଆଉ ନାହିଁ ଅବପାତର ପ୍ରଭାବ’
‘ଓଡିଶା ଉପରେ ଆଉ ନାହିଁ ଅବପାତର ପ୍ରଭାବ’

ଭୁବନେଶ୍ବର: ରାଜ୍ୟରେ ବଡ ଧରଣର ବନ୍ୟାର ଆଶଙ୍କା ନାହିଁ । ଆନ୍ଧ୍ରପ୍ରଦେଶର କାକିନଡା ଦେଇ ଗଭୀର ଅବପାତ ରୂପରେ ଲଘୁଚାପ ଅତିକ୍ରମ କରିଥିବାରୁ ତାହା ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇଛି । ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ହେଲେ ଏହା ଫଳରେ ବନ୍ୟାର ଆଶଙ୍କା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।

‘ଓଡିଶା ଉପରେ ଆଉ ନାହିଁ ଅବପାତର ପ୍ରଭାବ’

ଏହି ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ କିଛି ମାତ୍ରାରେ କ୍ଷୟକ୍ଷତି ହୋଇଛି । ଜିଲ୍ଲାପାଳଙ୍କ ରିପୋର୍ଟ ପରେ କ୍ଷୟକ୍ଷତି ଦିଆଯିବ ବୋଲି ସେ କହିଛନ୍ତି ।

ଏହାସହ ଗଞ୍ଜାମ ଜିଲ୍ଲାର 3ଟି ବ୍ଲକରେ 3ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଛି । କବିସୂର୍ଯ୍ୟନଗରରେ 328 ମିଲିମିଟର, ଆସ୍କାରେ 307.6 ମିଲିମିଟର ଏବଂ ପୁରୁଷୋତ୍ତମପୁରରେ 306 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ବୋଲି ସେ ଦର୍ଶାଇଛନ୍ତି ।

ସେହିପରି ଗଭୀର ଅବପାତ, ଏବେ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବ ଓଡିଶା ଉପରେ ଆଉ ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.