ETV Bharat / city

ସେକେଣ୍ଡ ଡୋଜ 3 ମାସ ବିଳମ୍ବ ହେଲେ କୌଣସି ଅସୁବିଧା ନାହିଁ: ସ୍ବାସ୍ଥ୍ୟ ବିଶେଷଜ୍ଞ - ସେକେଣ୍ଡ ଡୋଜ 3 ମାସ ବିଳମ୍ବ

ରିସର୍ଚ୍ଚ ଅନୁସାରେ ସେକେଣ୍ଡ ଡୋଜ 3 ମାସ ଯାଏଁ ବିଳମ୍ବ ହେଲେ କୌଣସି ଅସୁବିଧା ନାହିଁ । ଯଦି 60ରୁ କମ ବୟସ ହୋଇଥିବ ସେକେଣ୍ଡ ଡୋଜ ବିଳମ୍ବ ହେଲେ ମୃତ୍ୟୁ ହାର 20 ପ୍ରତିଶତ କମି ଆସୁଛି । ଅଧିକ ପଢନ୍ତୁ...

ସେକେଣ୍ଡ ଡୋଜ 3 ମାସ ବିଳମ୍ବ ହେଲେ କୌଣସି ଅସୁବିଧା ନାହିଁ: ସ୍ୱାସ୍ଥ୍ୟ ବିଶେଷଜ୍ଞ

author img

By

Published : Jun 5, 2021, 8:18 AM IST

Updated : Jun 5, 2021, 9:49 AM IST

ଭୁବନେଶ୍ବର: ରିସର୍ଚ୍ଚ ଅନୁସାରେ ସେକେଣ୍ଡ ଡୋଜ 3 ମାସ ଯାଏଁ ବିଳମ୍ବ ହେଲେ କୌଣସି ଅସୁବିଧା ନାହିଁ । ଯଦି 60ରୁ କମ ବୟସ ହୋଇଥିବ ସେକେଣ୍ଡ ଡୋଜ ବିଳମ୍ବ ହେଲେ ମୃତ୍ୟୁ ହାର 20 ପ୍ରତିଶତ କମି ଆସୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ସେକେଣ୍ଡ ଡୋଜ 3 ମାସ ବିଳମ୍ବ ହେଲେ କୌଣସି ଅସୁବିଧା ନାହିଁ: ସ୍ୱାସ୍ଥ୍ୟ ବିଶେଷଜ୍ଞ
ରାଜ୍ୟରେ ପ୍ରଥମ ଡୋଜ ନେଲା ପରେ ଦ୍ୱିତୀୟ ଡୋଜରେ ବିଳମ୍ବ ଦେଖାଯାଉଛି । ଟିକାର ଅଭାବ କାରଣରୁ ଏପରି ପରିସ୍ଥିତି ଦେଖାଯାଉଛି । କେନ୍ଦ୍ର ସରକାର ଯଦି ଟୀକାକରଣ ଗାଇଡ଼ ଲାଇନରେ ପରିବର୍ତ୍ତନ କରିବେ ତେବେ ଆମେ 45 ବର୍ଷର ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କ ଲାଗି ଆସିଥିବା ଟିକାକୁ ଯୁବବର୍ଗ ଲାଗି ବ୍ୟବହାର କରିପାରନ୍ତୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ଏନେଇ କେନ୍ଦ୍ର ସରକାରଙ୍କ ନିକଟକୁ ଏକ ଚିଠି ଲେଖିଥିଲେ ହେଲେ ତାହାର ଉତ୍ତର ଆସିନାହିଁ।

ଆଗକୁ ଯଦି କେନ୍ଦ୍ର ସରକାର ଉତ୍ତର ଦିଅନ୍ତି ତେବେ ଆମେ ସେ ଦିଗରେ ପଦକ୍ଷପ ନେବୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଆମ ରାଜ୍ୟରେ ପଜିଟିଭ ହାର ଧୀରେ ଧୀରେ ସୁଧାର ଆସୁଛି । ଆମେ ଏବେ ଆଶାବାଦୀ ହେବା ଯେ, ରାଜ୍ୟ ଭଲ ସ୍ଥିତିକୁ ଆସୁଛି । ଜୁନ ଶେଷ ବେଳକୁ ସ୍ଥିତିରେ ସୁଧାର ଆସିବ । ମାତ୍ର ମୃତ୍ୟୁ ସଂଖ୍ୟା କମିବା ପାଇଁ ଆଉ କିଛି ଦିନ ସମୟ ଲାଗିବ । କାରଣ ଏବେବି ଅନେକ ଲୋକ ଆଇସିୟୁ ଓ ଭେଣ୍ଟିଲେଟରରେ ରହିଛନ୍ତି । ଲୋକମାନେ ସଚେତନ ହେଉନଥିବାରୁ ଆମକୁ ବାଧ୍ୟ ହୋଇ ଲକଡାଉନ ଅବଧି ବୃଦ୍ଧି କରିବାକୁ ପଡୁଛି । ତେବେ ଏହାରି ଭିତରେ ଲକଡାଉନର ପ୍ରଭାବ ଦେଖିବାକୁ ମିଳୁଛି ସେ କହିଛନ୍ତି।

ଆଜି ଦ୍ୱିତୀୟ ଲହର ପିକ ପରେ ସବୁଠୁ କମ 11.2 ରହିଛି ପଜିଟିଭ ରେଟ । ଲକଡାଉନ ସରିବା ବେଳକୁ ଏହା 5 ପ୍ରତିଶତ ତଳକୁ ଖସି ଆସିବ । 5 ପ୍ରତିଶତ ତଳକୁ ଖସି ଆସିଲେ ସରକାର କଟକଣାରେ କୋହଳ କରିପାରିବେ । ଯେଉଁ କିଛି ଜିଲ୍ଲାରେ କିଛି ଅଧିକ ପଜିଟିଭ କେସ ରହିବ ସେଠାରେ ସରକାର କଟକଣା କରିପାରନ୍ତି । ଲୋକମାନେ ନିୟମ ଅନୁପାଳନ କରିବା ଜରୁରୀ । ସେକେଣ୍ଡ ଡୋଜ 3 ମାସ ଯାଏଁ ବିଳମ୍ବ ହେଲେ କୌଣସି ଅସୁବିଧା ନାହିଁ ରିସର୍ଚ୍ଚ ଅନୁସାରେ।

ଏପରିକି ତୃତୀୟ ଲହର ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି । ଅନେକ ପଦକ୍ଷପ ନେଉଛନ୍ତି । ଦ୍ୱିତୀୟ ଲହରରେ ଯେଉଁ ସମସ୍ୟା ହେଲା ତାହା ତୃତୀୟ ଲହରରେ ହେବନାହିଁ । କିନ୍ତୁ ତୃତୀୟ ଲହର ବଡଧରଣର ଆସିବ ନାହିଁ। ରିପୋର୍ଟ କହୁଛି 2 କୋଟି ସଂକ୍ରମିତ ହେବେ କିନ୍ତୁ ମୃତ୍ୟୁ ସଂଖ୍ୟା 40 ହଜାର ରହିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jun 5, 2021, 9:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.