ETV Bharat / city

କୋଭିଡ ଲଢ଼େଇ ଲଢୁଛି ରାଜଧାନୀ, ସଂକ୍ରମିତଙ୍କ ପାଇଁ ମହଜୁଦ 3600 ଶଯ୍ୟା

author img

By

Published : May 10, 2021, 9:56 PM IST

କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କେବଳ ଭୁବନେଶ୍ବରରେ 3 ହଜାର 6 ଶହ ଶଯ୍ୟା ରହିଛି । ଖାଲି ସେତିକି ନୁହେଁ ଗୁରୁତର ଆକ୍ରାନ୍ତଙ୍କ ପାଇଁ 476 ଆଇସିୟୁ (ICU) ଶଯ୍ୟା ରହିଛି । ଅଧିକ ପଢ଼ନ୍ତୁ...

କୋଭିଡ ଲଢ଼େଇ ଲଢ଼ୁଛି ରାଜଧାନୀ, ସଂକ୍ରମିତଙ୍କ ପାଇଁ ମହଜୁଦ 3600 ଶଯ୍ୟା

ଭୁବନେଶ୍ବର: ରାଜଧାନୀରେ ଉଗ୍ର ରୂପ ଧାରଣ କରିଛି କୋରୋନା ସଂକ୍ରମଣ । ଦୈନିକ ଏକ ହଜାରରୁ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କେବଳ ଭୁବନେଶ୍ବରରେ 3 ହଜାର 6ଶହ ଶଯ୍ୟା ରହିଛି । ଖାଲି ସେତିକି ନୁହେଁ, ଗୁରୁତର ଆକ୍ରାନ୍ତଙ୍କ ପାଇଁ 476 ଆଇସିୟୁ (ICU) ଶଯ୍ୟା ରହିଛି । ଏହାକୁ ନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

କୋଭିଡ ପରିଚାଳନା ପାଇଁ ବିଏମସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କିମ୍ସ ହସ୍ପିଟାଲ, ସମ ହସ୍ପିଟାଲ, ଆଦିତ୍ୟ ହସ୍ପିଟାଲ, ଅଶ୍ବିନୀ ହସ୍ପିଟାଲ, କିଡ୍ସ ହସ୍ପିଟାଲ, ହାଇଟେକ ହସ୍ପିଟାଲ, ନୀଳାଚଳ ହସ୍ପିଟାଲ, ବ୍ଲୁ ହ୍ବିଇଲ ହସ୍ପିଟାଲ ଓ ସ୍ପର୍ଶ ହସ୍ପିଟାଲକୁ କୋଭିଡ ସେଣ୍ଟରରେ ପରିବର୍ତ୍ତନ କରାଯାଇଛି । ଏହି ସବୁ ହସ୍ପିଟାଲରେ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ଏହି ସମସ୍ତ ହସ୍ପିଟାଲରେ ମୋଟ 3600 ଶଯ୍ୟା ରହିଛି ।

ସେହିଭଳି କୋରୋନା ସଂକ୍ରମିତଙ୍କ ପାଇଁ 476 ଆଇସିୟୁ (ICU) ଶଯ୍ୟା ରହିଛି । ବର୍ତ୍ତମାନ ସୁଦ୍ଧା ୨୦୦ ଏଚଡିୟୁ (HDU) ଶଯ୍ୟା ଖାଲି ରହିଛି । ସେହିଭଳି ସୋମବାର ସୁଦ୍ଧା 40ଟି ଆଇସିୟୁ (ICU) ଶଯ୍ୟା ଖାଲି ରହିଛି ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ସୋମବାର ରାଜଧାନୀରେ ୧୦୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୫୩ ହଜାର ୬୧୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪୩ ହଜାର ୬୧ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୮୦ ଜଣଙ୍କ ପ୍ରାଣହାନୀ ହୋଇଛି । ଏବେବି ଭୁବନେଶ୍ବରରେ ୧୦ ହଜାର ୨୫୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ କୋଭିଡ ସଂକ୍ରମିତ ଏବେ ଗୃହ ସଂଗରୋଧରେ ଅଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.