ETV Bharat / city

ଡିସେମ୍ବର ପହିଲାରୁ 3ଟି ମୁଖ୍ୟ ଟ୍ରେନର ସମୟ ପରିବର୍ତ୍ତନ - train scheduled change

ହାୱଡ଼ା-ସିକନ୍ଦରାବାଦ, ଶାଲିମାର-ସିକନ୍ଦରାବାଦ ଏବଂ ବିଶାଖାପାଟଣା-ବିଜୟୱାଡା ସ୍ବତନ୍ତ୍ର ଟ୍ରେନ ପରିବର୍ତିତ ସମୟରେ ଚଳାଚଳ କରିବ।

ଡିସେମ୍ବର ପହିଲାରୁ ଡିସେମ୍ବର ପହିଲାରୁ
ଡିସେମ୍ବର ପହିଲାରୁ ଡିସେମ୍ବର ପହିଲାରୁ
author img

By

Published : Nov 27, 2020, 9:25 PM IST

ଭୁବନେଶ୍ବର: ଡିସେମ୍ବର ପହିଲାରୁ 3ଟି ମୁଖ୍ୟ ଟ୍ରେନର ସମୟ ପରିବର୍ତ୍ତନ ହେବାକୁ ଯାଉଛି । ହାୱଡ଼ା-ସିକନ୍ଦରାବାଦ, ଶାଲିମାର-ସିକନ୍ଦରାବାଦ ଏବଂ ବିଶାଖାପାଟଣା-ବିଜୟୱାଡା ସ୍ବତନ୍ତ୍ର ଟ୍ରେନ ପରିବର୍ତିତ ସମୟରେ ଚଳାଚଳ କରିବ । ପରିଚାଳନାଗତ ଦୃଷ୍ଟିକୋଣରୁ ଏବଂ ଯାତ୍ରୀମାନଙ୍କର ସୁବିଧା ପାଇଁ ଏହି 3 ଟି ସ୍ବତନ୍ତ୍ର ଟ୍ରେନ ଗୁଡିକ ପରିବର୍ତିତ ସମୟରେ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଉଭୟ ପାର୍ଶ୍ବରୁ ଡିସେମ୍ବର ମାସ ପହିଲା ଠାରୁ ସିକନ୍ଦରାବାଦ-ହାୱଡ଼ା-ସିକନ୍ଦରାବାଦ ବିଶେଷ ଟ୍ରେନ ପରିବର୍ତିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ । ଏହି ଟ୍ରେନ ସିକନ୍ଦରାବାଦ ଠାରୁ ଅପରାହ୍ନ ୩ଘ.୫୫ମି ରେ ଛାଡି ହାୱଡ଼ା ଠାରେ ତା'ପରଦିନ ଅପରାହ୍ନ ୫ଘ.୪୦ମି.ରେ ପହଞ୍ଚିବ । ଫେରିବା ମାର୍ଗରେ ଏହି ଟ୍ରେନ ହାୱଡ଼ା ଠାରୁ ପୂର୍ବାହ୍ନ ୮ଘ.୩୫ମି.ରେ ଛାଡି ସିକନ୍ଦରାବାଦ ଠାରେ ତା'ପରଦିନ ପୂର୍ବାହ୍ନ ୧୦ଘ.୧୦ମି.ରେ ପହଞ୍ଚିବ ।

ଏହି ଟ୍ରେନ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ମାନଙ୍କଠାରେ ସମୟରେ ପରିବର୍ତ୍ତନ କରାଯାଇଅଛି । ଡିସେମ୍ବର ମାସ ପହିଲା ଠାରୁ ସିକନ୍ଦରାବାଦ ଠାରୁ ଏବଂ ଡିସେମ୍ବର ମାସ ୨ ତାରିଖ ଠାରୁ ଶାଲୀମାର ଠାରୁ ଶାଲୀମାର-ସିକନ୍ଦରାବାଦ-ଶାଲୀମାର ବିଶେଷ ଟ୍ରେନ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ । ଏହି ଟ୍ରେନ ସିକନ୍ଦରାବାଦ ଠାରୁ ପ୍ରତି ମଙ୍ଗଳବାର ଦିନ ଭୋର ୩ଘ.୫୫ମି.ରେ ଛାଡି ଶାଲୀମାର ଠାରେ ତା'ପରଦିନ ସକାଳ ୬ଘ.୦୫ମି.ରେ ପହଞ୍ଚିବ ।

ଠିକ ସେହିଭଳି ଫେରିବା ମାର୍ଗରେ ଏହି ଟ୍ରେନ ଶାଲୀମାର ଠାରୁ ଅପରାହ୍ନ ୪ଘ.୧୦ମି.ରେ ଛାଡି ସିକନ୍ଦରାବାଦ ଠାରେ ତା'ପରଦିନ ସନ୍ଧ୍ୟା ୬ ଘଟିକାରେ ପହଞ୍ଚିବ । ଏହି ଟ୍ରେନ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ମାନଙ୍କଠାରେ ସମୟରେ ପରିବର୍ତ୍ତନ କରାଯାଇଅଛି ।

ଡିସେମ୍ବର ମାସ ପହିଲା ଠାରୁ ବିଜୟୱାଡା-ବିଶାଖାପାଟନମ୍-ବିଜୟୱାଡା ବିଶେଷ ଟ୍ରେନ ବିଜୟୱାଡା ଠାରୁ ସକାଳ ୬ଘ.୧୫ମି.ରେ ଛାଡି ବିଶାଖାପାଟନମ୍ ରେ ଅପରାହ୍ନ ୧୨ଘ.୨୦ମି.ରେ ପହଞ୍ଚିବ ଏବଂ ବିଶାଖାପାଟନମ୍ ଠାରୁ ଅପରାହ୍ନ ୧୨ଘ.୫୫ମି.ରେ ଛାଡି ବିଜୟୱାଡା ଠାରେ ସନ୍ଧ୍ୟା ୭ଘଟିକାରେ ପହଞ୍ଚିବ । ଏହି ଟ୍ରେନ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ମାନଙ୍କଠାରେ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଅଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.