ଭୁବନେଶ୍ବର: ରାଜ୍ୟରେ 1, 04,076 ଜଣ କାଳିଆ ହିତାଧିକାରୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ସେପଟେ ବର୍ତ୍ତମାନ ସୁଦ୍ଧା 56,14,707 ଜଣ ଯୋଗ୍ୟ ହିତାଧିକାରୀ ଅଛନ୍ତି । ଆଜି ବିଧାନସଭାରେ ଏପରି ତଥ୍ୟ ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।
ସେହିପରି ଯେଉଁମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିନାହାନ୍ତି କାଳିଆ ୱେବ ପୋର୍ଟାଲରେ ଆବଶ୍ୟକ ଦସ୍ତାବିଜ ସହ ଅନଲାଇନରେ ଆବେଦନ କରିପାରିବେ ବୋଲି ସେ କହିଛନ୍ତି ।ସେପଟେ କାଳିଆ ଯୋଜନା ପାଇଁ ଯୋଗ୍ୟ ବିବେଚିତ ଚାଷୀଙ୍କ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି । ଯୋଗ୍ୟ ଚାଷୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ ବ୍ୟବସ୍ଥା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ସେପଟେ କୃଷି ମନ୍ତ୍ରୀଙ୍କ କାଳିଆ ହିତାଧିକାରୀଙ୍କ ଉତ୍ତରକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ଯୋଜନା ମଧ୍ୟମରେ ସରକାର ଭୋଟ ହାତେଇବା ପାଇଁ ବ୍ୟବହାର କରିଛି ବୋଲି କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ