ଭୁବନେଶ୍ବର: ରାଜ୍ୟର 7ଟି ଜିଲ୍ଲାରେ ରହିଛି 15 ଟି କଣ୍ଟେନମେଣ୍ଟ ଜୋନ । ରାଜ୍ୟରେ କୋରୋନା ଭୁତାଣୁ କାୟା ବିସ୍ତାର କରିଛି । ଯାହାକୁ ନେଇ ରାଜ୍ୟ ସରକାର ବିଭିନ୍ନ ସମୟରେ ସଚେତନତା ପାଇଁ ପରାମର୍ଶ ଦେଉଛନ୍ତି । ତେବେ ରାଜ୍ୟରେ 7ଟି ମୁଖ୍ୟ ଜିଲ୍ଲାରେ ରହିଛି 15ଟି କଣ୍ଟେନମେଣ୍ଟ ଜୋନ । ଖୋର୍ଦ୍ଧାରେ ରହିଛି 3ଟି, ଯାଜପୁରରେ ରହିଛି 2ଟି, କେନ୍ଦ୍ରପଡାରେ ରହିଛି 2ଟି, ଭଦ୍ରକରେ ରହିଛି 5 ଟି, କଳାହାଣ୍ଡି, ସୁବଦରଗଡ ଓ ବାଲେଶ୍ଵରର ଅଞ୍ଚଳରେ ରହିଛି ଗୋଟିଏ ଲେଖାଏଁ କଣ୍ଟେନମେଣ୍ଟ ଜୋନ ।
ଅନ୍ୟପଟେ ଖୋର୍ଦ୍ଧାରେ 3ଟି କଣ୍ଟେନମେଣ୍ଟ ଜୋନ ଗୁଡିକ ହେଲା ସୂର୍ଯ୍ୟନଗର, ବମୀଖାଲ, ସତ୍ୟନଗର । ଯାଜପୁର ଜିଲ୍ଲାରେ 2ଟି କଣ୍ଟେନମେଣ୍ଟ ଜୋନ ରହିଛି ସେଗୁଡିକ ହେଲା ସାଇପୁର, ରସୁଲପୁର ବ୍ଲକର ସାନ ତ୍ରିଲୋଚନପୁର ଓ ବ୍ରାହ୍ମବାଡ଼ । ସେହିପରି କେନ୍ଦ୍ରାପଡା ଅଞ୍ଚଳରେ ରହିଛି 2ଟି ସେଗୁଡିକ ହେଲା ରାଧାନଗର, ବଲଭଦ୍ରପୁର, ଶୀତଳେଶ୍ବର, ସିଲାସ୍ତମ୍ବ, ନୀଳ, ଗୌଡ଼ପଟଣା, ଭଟପଡା, ମେଧପୁର, କାନ୍ତିପୁର ଗୋପ, ନାଲଢ଼ିଅ ଓ କଟକଣା ଗାଁ । ସେହିପରି ଭାବରେ ଭଦ୍ରକ ଜିଲ୍ଲାରେ 5ଟି କଣ୍ଟେନମେଣ୍ଟ ଜୋନ ରହିଛି । ସେଗୁଡିକ ହେଲା ଖରିଡା ବିନାୟକପୁର, ପଦ୍ମପୁର, ଲକ୍ଷ୍ମୀଦାସପୁର, ରାହାନିଆ, ଟେସିଙ୍ଗା ।
କଳାହାଣ୍ଡି ଜିଲ୍ଲାରେ ଗୋଟିଏ କଣ୍ଟେନମେଣ୍ଟ ଜୋନ ରହିଛି ବେହେରାଗୁଡା, ପରିଜା, ଖାମର ହଳଦୀ । ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଲେଖାଏଁ କଣ୍ଟେନମେଣ୍ଟ ଜୋନ ରହିଛି । ଦାରୀକେଲା, ପୁରୁଣା ବିଶ୍ରା, ସନ୍ତୋଷପୁର । ସେହିପରି ଭାବରେ ବାଲେଶ୍ବରରେ ରହିଛି ଗୋଟିଏ କଣ୍ଟେନମେଣ୍ଟ ଜୋନ ଯାହା ମିଶନ ଫିଲଡ଼ ଗେଟ, ଚିଡ଼ିଆପୋଲା, ରାଣିପାଟଣା ଛକ, ଅପେଲ ଟାୱାର । ତେବେ କୋରୋନା ସୁଦ୍ଧରେ ସମସ୍ତେ ଜିତିବା ପାଇଁ ହେଲେ ସମସ୍ତେ ଏଥିପ୍ରତି ସଚେତନ ରହିବା ଆବଶ୍ୟକ । ଯାହା ଦ୍ବାରା କୋରୋନାକୁ ଜିତିବା ସହଜ ହେବ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ