ଭୁବନେଶ୍ବର: ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଉଦଘାଟିତ ହୋଇ ଯାଇଛି ଅସୀମ ଉତ୍ସବ। କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଉତ୍ତର ପୁରୁଷର କଳାକାରଙ୍କ ଦ୍ବାରା ପରିବେଷଣ କରାଯାଇଛି ନାଟକ ଶବ ବାହାକମାନେ । ଏଥିରେ ଗୋଟିଏ ସତ୍କାର ହୋଇ ନଥିବା ମୃତଦେହର କାହାଣୀ କୁହାଯାଇଛି ।
ଦ୍ଵିତୀୟ ବିଶ୍ଵଯୁଦ୍ଧ ପରବର୍ତ୍ତୀ ସମୟରେ ଏପରି ଅନେକ ଲୋକ ମୃତ୍ୟୁ ବରଣ କରିଛନ୍ତି । ଯେଉଁମାନଙ୍କ ମୃତଦେହର ସତ୍କାର ହୋଇ ପାରି ନାହିଁ । ଏହାକୁ ଲକ୍ଷ୍ୟ କରି ସେହି ସମୟର ଜଣେ ବ୍ୟକ୍ତି କିପରି ନିଜ ମଲା ପରେ ସତ୍କାର ହୋଇ ପାରିବ ସେଥିପାଇଁ ମରିବା ପୂର୍ବରୁ ଯୋଜନାବଦ୍ଧ ଉପାୟ କରୁଛନ୍ତି, ତାହା ହିଁ କାହାଣୀର ବିଷୟବସ୍ତୁ ।
ଏହି ନାଟକଟିର ରଚନା ବିଶିଷ୍ଟ ନାଟ୍ୟକାର ସ୍ବର୍ଗତ ଡ଼ ବିଜୟ ମିଶ୍ର କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ ଯୁବ ନିର୍ଦେଶକ ଡ଼ ଚକ୍ରଧର ପାତ୍ର।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ