ETV Bharat / city

ଅଣ୍ଟାରେ ମଦ ଲୁଚାଇ ନେବା ହେଲା କାଳ, ପେଟରେ କାଚ ପଶି ଯୁବକ ମୃତ - The young man died in accident at bhubaneswar

ଅଣ୍ଟାରେ ଖୋସି ମଦ ଲୁଚାଇନେବା ହେଲା କାଳ । ଦୁର୍ଘଟଣା ବଶତଃ ମଦ ବୋତଲଟି ଫାଟିଯିବାରୁ ପେଟରେ କାଚ ପଶି ଯୁବକଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଳକାଟି ଫାଣ୍ଡି ଚାରିମାଣିଆ ସାହି ପ୍ରତାପଶାସନରେ । ଅଧିକ ପଢନ୍ତୁ...

ଅଣ୍ଟାରେ ମଦ ଲୁଚାଇ ନେବା ହେଲା କାଳ, ପେଟରେ କାଚ ପଶି ଯୁବକ ମୃତ

author img

By

Published : Apr 27, 2021, 9:08 AM IST

ଭୁବନେଶ୍ବର: ଅଣ୍ଟାରେ ଖୋସି ମଦ ଲୁଚାଇନେବା ହେଲା କାଳ । ଦୁର୍ଘଟଣା ବସତଃ ମଦ ବୋତଲଟି ଫାଟିଯିବାରୁ ପେଟରେ କାଚ ପଶି ଯୁବକଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଳକାଟି ଫାଣ୍ଡି ଚାରିମାଣିଆ ସାହି ପ୍ରତାପଶାସନରେ ।

ଅଣ୍ଟାରେ ମଦ ଲୁଚାଇ ନେବା ହେଲା କାଳ, ପେଟରେ କାଚ ପଶି ଯୁବକ ମୃତ

ସୂଚନାମୁତାବକ, ଗ୍ରାମର ରାଜମିସ୍ତ୍ରୀ ଭାବେ କାମ କରୁଥିବା ଅରୁପ ଖଟୁଆ ଓରଫ ଅକୁ ସଟଡାଉନ ସମୟରେ ଏକ ମଦବେପାରୀଠୁ ଦୁଇଟି ମଦ କିଣିଥିଲେ । ଗୋଟିଏ ପିଇ ସାରିଥିବାବେଳେ ଆଉ ଗୋଟିଏ ଅଣ୍ଟାରେ ଖୋସି ଫେରୁଥିଲେ ଯୁବକ । କିନ୍ତୁ ବାଟରେ ଜଣେ ସାଙ୍ଗକୁ ହାତ ହଲାଇ ହାଏ କହିବା ବେଳେ ହଠାତ୍ ଗାଡିଟି ଭାରସାମ୍ୟ ହରାଇ ଏକ ସ୍ଥାନର ପିଟିହୋଇଯାଇଥିଲା । ଫଳରେ ତାଙ୍କ ଅଣ୍ଟାରେ ଖୋସିଥିବା ମଦ ବୋତଲ କାଚ ଭାଙ୍ଗି ତାଙ୍କ ପେଟର ପଶିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ସୋମବାର ତାଙ୍କର ପୋଷ୍ଟମର୍ଟମ କରାଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ । ତେବେ ସ୍ଥାନୀୟ ଅଞ୍ଚଳରେ ମଦ ବେପାରୀଙ୍କ ପ୍ରାଦୁର୍ଭାବ ଯୋଗୁଁ ଅନେକ ଲୋକ ନିଶା ପାଇଁ ଏପରି ହୀନସ୍ତା ଭୋଗୁଥିବା କୁହାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.