ETV Bharat / city

ଏସଟିଏଫ ହାତରେ 2 ହାତୀଦାନ୍ତ ବେପାରୀ

ବରିପାଲ୍ଲୀ ଛକ ନିକଟରେ ହାତୀଦାନ୍ତ ବିକ୍ରୟ କାରବାର ବିଷୟରେ ଖବର ପାଇଥିଲା ଏସଟିଏଫ । ଏନେଇ ଖବର ପାଇବା ପରେ ଅତର୍କିତ ଭାବରେ ଚଢ଼ାଉ କରିଥିଲା ଏସଟିଏଫ ।

author img

By

Published : Jan 14, 2021, 7:09 PM IST

ଏସଟିଏଫ ହାତରେ 2 ହାତୀଦାନ୍ତ ବେପାରୀ
ଏସଟିଏଫ ହାତରେ 2 ହାତୀଦାନ୍ତ ବେପାରୀ

ଭୁବନେଶ୍ବର: ଏସଟିଏଫ ହାତରେ ଧରାପଡିଲେ ଦୁଇ ହାତୀଦାନ୍ତ ବେପାରୀ । ସମ୍ବଲପୁରସ୍ଥିତ ଅଇଁଠାପାଲି ଥାନା ଅନ୍ତର୍ଗତ ବରିପାଲ୍ଲୀ ଛକ ନିକଟରେ ହାତୀଦାନ୍ତ ବିକ୍ରୟ କାରବାର ବିଷୟରେ ଖବର ପାଇଥିଲା ଏସଟିଏଫ । ଏନେଇ ଖବର ପାଇବା ପରେ ଅତର୍କିତ ଭାବରେ ଚଢ଼ାଉ କରିଥିଲା ଏସଟିଏଫ।

ବନ୍ଧା ହେଲେ ହାତୀ ଦାନ୍ତ ବେପାରୀ
ବନ୍ଧା ହେଲେ ହାତୀ ଦାନ୍ତ ବେପାରୀ

ଆଜି(ଗୁରୁବାର) ସକାଳ ସମୟରେ ଅତର୍କିତ ଭାବରେ ଚଢ଼ାଉ କରିଥିଲା ଏସଟିଏଫ । ସର୍ଚ୍ଚ ସମୟରେ ଦୁଇଟି ହାତୀ ଦାନ୍ତ ସମତେ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରିବା ସହ ଘଟଣାସ୍ଥଳରୁ 2 ଜଣଙ୍କୁ ଗିରଫ କରିଛି ଏସଟିଏଫ ।

ଧରାପଡିଲେ ହାତୀ ଦାନ୍ତ ବେପାରୀ
ଧରାପଡିଲେ ହାତୀ ଦାନ୍ତ ବେପାରୀ

ସେମାନେ ହେଲେ ହୃଷିକେଶ କୁମ୍ଭାର ଓ ଗୋପାଳ କୃଷ୍ଣ ବୁଡକ। ଚଢ଼ାଉବେଳେ ସେମାନଙ୍କ ନିକଟରୁ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମରେ ଏସଟିଏଫ ମାମଲା ରୁଜୁ କରିଥିବାବେଳେ ଜବତ ହାତୀଦାନ୍ତକୁ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଡେରାଡୁନକୁ ରାସାୟନିକ ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.