ETV Bharat / city

ରାଜ୍ଯରେ ଖଣିଜ ସମ୍ପଦ କଳାବଜାରୀ, ଏକାଧିକ ଟ୍ରକ ଜବତ କଲା ଏସଟିଏଫ - ଏସଟିଏଫ କଲା ଟ୍ରକ ଟ୍ରକ ସିଜ

ଚୋରି ହେଉଛି କୋଟି କୋଟି ଟଙ୍କାର ଖଣିଜ ପଦାର୍ଥ । ଏସଟିଏଫ ହାତରେ ଧରା ପଡୁଛି ଚୋରା ଟ୍ରକ । ଅଧିକ ପଢନ୍ତୁ...

ରାଜ୍ଯରେ ଖଣିଜ ସମ୍ପଦ କଳାବଜାରୀ, ଏକାଧିକ ଟ୍ରକ ଜବତ କଲା ଏସଟିଏଫ

author img

By

Published : May 20, 2021, 7:03 PM IST

ଭୁବନେଶ୍ବର: ରାଜ୍ୟ ରାଜକୋଷକୁ ଭୁଆଁ ବୁଲାଇ କଳାବଜାରୀ ହେଉଛି ରାଜ୍ୟର ଖଣିଜ ସମ୍ପଦ । ମାଲାମାଲ ହେଉଛନ୍ତି ତସ୍କର କିନ୍ତୁ ରାଜକୋଷକୁ ଫୁଟି କଉଡି ବି ଯାଉନି । ଯାହାର ଜ୍ବଳନ୍ତ ଉଦାହରଣ ସାମ୍ନାକୁ ଆସିଛି । ଏସଟିଏଫ ହାତରରେ ଜବତ ହୋଇଛି ଟ୍ରକ ଟ୍ରକ ଖଣିଜ ସମ୍ପଦ । ଢେଙ୍କାନାଳରୁ ଏପରି କଳାବଜାରୀ ବେଳେ ଏସଟିଏଫ ଚଢାଉ କରି ଜବତ କରିଛି ୨୩୦ ଟନ ହାର୍ଡ କୋକ, ୫ଟନ ଫେରୋକ୍ରମ, ୩ଟନ ଆଇରନ ପେଲେଟ, ୪୫ ଟନ ଷ୍ଟିମ କୋକ, ୭ ଟନ ଆଇରନ ରଡ ରହିଥିବା ଜଣାପଡିଛି ।

୪ଟି ୧୪ ଚକିଆ ଟ୍ରକ ସମେତ ୨ଟି ଜେସିବି, ୧୦ ଚକିଆ ହାଇୱା ଗୋଟିଏ ଏପରି କଳାବଜାରୀ ବେଳେ ଗାଡିକୁ ସିଜ କରିବା ସହ କାରବାରରେ ସମ୍ପୃକ୍ତ ଥିବା ୫ଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ । ତେବେ ଏହି ବର୍ଷ ୨୬୨ ଟନ ହାର୍ଡ କୋକ, ୨୧୬ ମେଟ୍ରିକ ଟନ ଫରୋକ୍ରୋମ, ୧୫୦ ଟନ କୋଇଲା, ୨୩ଟି ଭାରିଯାନ ଯେପରିକି ଟ୍ରକ ହାଇୱା ଭଳି ଗାଡିକୁ ଜବତ କଲାଣି ଏସଟିଏଫ ଟିମ । ଏଥିରୁ କେତେ ପରିମାଣରେ ଖଣିଜ ସମ୍ପଦ କଳାବଜାରୀ ହେଉଛି ଓ ରାଜ୍ୟ ରାଜକୋଷରୁ କେତେ ସହୁଛି ତାହା ସ୍ପଷ୍ଟ ।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.