ETV Bharat / city

‘ରାଜ୍ୟରେ କୋଭିଡ 19 ଟେଷ୍ଟ ଅଧିକ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି’

author img

By

Published : Apr 26, 2020, 3:39 PM IST

କୋରୋନା ମହାମାରୀକୁ ରୋକିବା ପାଇଁ ରାଜ୍ୟରେ କୋଭିଡ-19 ଟେଷ୍ଟ ତ୍ବରାନିତ କରିବାର ଆବଶ୍ୟକତା ରହିଛି ।

The state needs to speed up the Covid 19 Tests
ରାଜ୍ୟରେ କୋଭିଡ 19 ଟେଷ୍ଟ ଅଧିକ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି

ଭୁବନେଶ୍ବର: କରୋନାକୁ ନେଇ ସାରା ବିଶ୍ବ ଯୁଦ୍ଧ କରୁଛି। ଏନେଇ ରାଜ୍ୟ ସରକାର କରୋନାକୁ ନେଇ ଆଉ ଏକ ପାଦ ଆଗେଇଛନ୍ତି। ରାଜ୍ୟରେ ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ ଟେଷ୍ଟିଙ୍ଗ କରିବାର କ୍ଷମତା ଅଧିକ ବଢାଯାଇଛି ।

ଓଡିଶାରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା ବଢୁଛି ଯାହାଫଳରେ ଅଧିକ ମାତ୍ରାରେ ଟେଷ୍ଟିଂ ଆବଶ୍ୟକତା ପଡୁଛି । ତେଣୁ ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ ଟେଷ୍ଟର କ୍ଷମତା ବଢାଇବା ଆବଶ୍ୟକତା ରହିଛି। ଯାହା ଫଳରେ ଅନେକ ଲୋକଙ୍କର ଟେଷ୍ଟ ହୋଇପାରିବ ବୋଲି କହିଛନ୍ତି ଓମ୍ସା ପୂର୍ବତନ ସଭାପତି ମଧୁସୂଦନ ମିଶ୍ର ।

ଅନ୍ୟପଟେ ଟେଷ୍ଟ କରୁଥିବା କର୍ମଚାରୀ ମାନେ ଆଇଏମଆରସି ଗାଇଡ଼ ଲାଇନ ଅନୁଯାୟୀ ହସ୍ପିଟାଲରେ ଟେଷ୍ଟ ରୁମ ଅଧିକ ସୁରକ୍ଷିତ ରହିବା ଆବଶ୍ୟକ। କାମ କରୁଥିବା ଡାକ୍ତର ଓ ନର୍ସ ମାନଙ୍କୁ ସୁରକ୍ଷିତ ରହିବା ଆବଶ୍ୟକ। ଯେପରି ଭାବରେ କୋଭିଡ ଟେଷ୍ଟ କରାଯାଇଥିବା ହସ୍ପିଟାଲରେ ବାହାରକୁ ଭାଇରସ ନଆସିପାରେ। ସେ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ରାଜ୍ୟରେ ସମସ୍ତ ଜିଲ୍ଲାରେ କୋଭିଡ ହସ୍ପିଟାଲ ଖୋଲାଯିବା ସହ 25,574 ନମୁନା ଟେଷ୍ଟ କରାଯାଇଛି। ସର୍ବମୋଟ 15 ଟି ସ୍ଥାନରେ କରାଯାଉଛି କୋଭିଡ ଟେଷ୍ଟ। ଆରଏମଆରସି, ଏମ୍ସ, ଏସସିବି ମେଡିକାଲ, ଏମକେସିଜି, ଭିମସାର, ଆଇଏଲଏସ, ଆଇଜିଏଚ, ଆପୋଲ ହସ୍ପିଟାଲରେ କୋଭିଡ ଟେଷ୍ଟିଙ୍ଗ କରାଯାଇଛି। ଏହି ଦୃଷ୍ଟିରୁ 34 ଟି କୋଭିଡ ହସ୍ପିଟାଲ କରାଯାଇଥିବା ବେଳେ 352 ଟି ଆଇସିୟୁ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 30 ଟି ଜିଲ୍ଲାରେ 33 ଟି କୋଭିଡ ହସ୍ପିଟାଲ କର୍ଯ୍ୟକ୍ଷମ ହୋଇଛି।

ଏଥିସହିତ ରାଜ୍ୟରେ ସର୍ବ ମୋଟ ଶଯ୍ୟା 5486 ରେ ପହଁଚିଛି। ଅନ୍ୟପଟେ କୋଭିଡ 19 ସମୟରେ ସ୍ବାସ୍ଥ୍ୟ ସେବାକୁ ମଜଭୁତ କରିବା ନିମନ୍ତେ 11 ଟି ଜିଲ୍ଲାର 105 ଜଣ ନର୍ସଙ୍କ ପାଇଁ କଟକ ସ୍ଥିତ ଏସସିବି ମେଡିକାଲ କଲେଜରେ କ୍ରିଟିକାଲ କେୟାର ଆଇସିୟୁ ତାଲିମ କାର୍ଯ୍ୟକ୍ରମ କରାଯାଉଛି। ଯାହା 7 ଦିନ ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

ଭୁବନେଶ୍ବରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.