ETV Bharat / city

ଦେଶରେ ବଢୁଛି ସଂକ୍ରମଣ: ରାଜ୍ୟବାସୀ ନେଉନାହାନ୍ତି ପ୍ରିକସନ ଡୋଜ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jun 6, 2022, 8:48 PM IST

Updated : Jun 6, 2022, 9:49 PM IST

ଦେଶରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘‘ବର୍ତ୍ତମାନ ସାବଧାନ ହେବା ସମୟ । ମାସ୍କକୁ ବାଧ୍ୟତାମୂଳକ କରାଯିବା ନିଶ୍ଚିତ, ଯଦି ରାଜ୍ୟରେ ସଂକ୍ରମଣ ବଢେ । କିନ୍ତୁ, ବର୍ତ୍ତମାନ ମାସ୍କ ବ୍ୟବହାର କରିବା ଆବଶ୍ୟକ ।’’ ଅଧିକ ପଢନ୍ତୁ

ଦେଶରେ ବଢୁଛି ସଂକ୍ରମଣ: ରାଜ୍ୟରେ ନେଉନାହାନ୍ତି ପ୍ରିକସନ ଡୋଜ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଦେଶରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘‘ବର୍ତ୍ତମାନ ସାବଧାନ ହେବା ସମୟ । ମାସ୍କକୁ ବାଧ୍ୟତାମୂଳକ କରାଯିବା ନିଶ୍ଚିତ, ଯଦି ରାଜ୍ୟରେ ସଂକ୍ରମଣ ବଢେ । କିନ୍ତୁ, ବର୍ତ୍ତମାନ ମାସ୍କ ବ୍ୟବହାର କରିବା ଆବଶ୍ୟକ । ଆବଶ୍ୟକ ନଥିଲେ ମେଳା ଏବଂ କୌଣସି ଗହଳି ସ୍ଥାନକୁ ନଯିବା ଉଚିତ । ଓଡିଶାକୁ ସଂକ୍ରମଣ ଆସିବାର କୌଣସି ମାନେ ନାହିଁ । ବର୍ତ୍ତମାନ ବିମାନ ଓ ରେଳ ଚାଲିଛି । ଦେଶର ଅନେକ ଛୋଟ ବଡ ସହରରୁ ଲୋକମାନେ ଯିବାଆସିବା କରୁଛନ୍ତି । ତେଣୁ ବର୍ତ୍ତମାନ ସମସ୍ତେ ସତର୍କ ରହିବା ଉଚିତ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।’’

ଦେଶରେ ବଢୁଛି ସଂକ୍ରମଣ: ରାଜ୍ୟବାସୀ ନେଉନାହାନ୍ତି ପ୍ରିକସନ ଡୋଜ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଏହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର କହିଛନ୍ତି ଯେ, ‘‘ଅନ୍ୟ ରାଜ୍ୟରେ ଯେହେତୁ ବର୍ତ୍ତମାନ ସମୟରେ ସଂକ୍ରମଣ ବଢିବା ଆରମ୍ଭ କରିଛି । ତେବେ ରାଜ୍ୟରେ ଏଥିପ୍ରତି ବିପଦ ନାହିଁ । ଆମେ ସମସ୍ତେ ପ୍ରିକସନ ଡୋଜ ନେଇଛେ । କୋଭିଡ ପଳେଇଛି ବୋଲି ନଭାବି ଗହଳି ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । କୋଭିଡ ଆସିବା ପୂର୍ବରୁ ସତର୍କ ରହିବା ଆବଶ୍ୟକ । ଯେଉଁମାନେ ପ୍ରିକସନ ଡୋଜ ନେଇନାହାନ୍ତି ସେମାନେ ଖୁବଶୀଘ୍ର ନେବା ଉଚିତ।’’

ଏପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ‘‘ରାଜ୍ୟରେ ଟୀକାକରଣ ଚାଳିଛି । ବର୍ତ୍ତମାନ 12ରୁ 14 ବର୍ଷ ପିଲାଙ୍କୁ ପ୍ରଥମ ଡୋଜ 92 ପ୍ରତିଶତ, 15ରୁ 17 ବର୍ଷ 90 ପ୍ରତିଶତ ପିଲା ଟିକା ନେଇଛନ୍ତି । 18 ବର୍ଷରୁ ଅଧିକ ବର୍ଷର ପିଲାମାନେ 95 ପ୍ରତିଶତ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି । 90 ପ୍ରତିଶତ ଦ୍ବିତୀୟ ଡୋଜ ନେଇଛନ୍ତି । ଅନ୍ୟପଟେ ପ୍ରିକସନ ଡୋଜ 22 ପ୍ରତିଶତ ନେଇଥିବା ବେଳେ ଅନେକ ସ୍ବାସ୍ଥ୍ୟ କର୍ମୀ ଏବଂ ଆଗଧାଡିର କାରୋନା ଯୋଦ୍ଧା ମାନେ ସେମାନେ ପ୍ରିକସନ ଡୋଜ ମଧ୍ୟ ନେଇନାହାନ୍ତି । ସେମାନଙ୍କୁ ପରାମର୍ଶ, ସେମାନେ ଜଲ୍‌ଦି ପ୍ରିକସନ ଡୋଜ ନିଅନ୍ତୁ। କେଉଁ ମୂହୁର୍ତ୍ତରେ ଆମ ରାଜ୍ୟକୁ ସଂକ୍ରମଣ ଆସିପାର ।’’

ତେବେ ତା’ ପୂର୍ବରୁ ସମସ୍ତେ ଯେଭଳି ପ୍ରିକସନ ଡୋଜ ନେବେ ସେଥିପାଇଁ ପରାମର୍ଶ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଘରୋଇ ହସ୍ପିଟାଲ ମାନଙ୍କରେ ଟିକା ପିଛା 386 ବ୍ୟୟ କରିବାକୁ ପଡିବ । ପ୍ରିକସନ ଡୋଜ ନେବା ନିହାତି ଭାବରେ ଆବଶ୍ୟକ । କାରଣ ସଂକ୍ରମଣ ଆଗକୁ ବଢିପାରେ। ନିଜକୁ ସୁସ୍ଥ ରଖିବା ସହ ପରିବାରର ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଲାଗି ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 6, 2022, 9:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.