ETV Bharat / city

ମନରେଗା ଯୋଜନାରେ ଦୈନିକ ୨୦ଲକ୍ଷ ଶ୍ରମିକ ନିୟୋଜନ ପାଇଁ ଲକ୍ଷ୍ୟ - ଭୁବନେଶ୍ବର ଖବର

ମନରେଗାରେ ଅଧିକରୁ ଅଧିକ କାର୍ଯ୍ୟ ଯୋଗାଣ ଲାଗି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ୨୦କୋଟି କାର୍ଯ୍ୟଦିବସ ଯୋଗାଇ ଦେବାପାଇଁ ରହିଛି ସରକାରଙ୍କ ଯୋଜନା । ଅଧିକ ପଢ଼ନ୍ତୁ..

The State govt aims to employ 2 million workers, MGNREGA scheme, ମନରେଗା ଯୋଜନା, ୨୦ଲକ୍ଷ ଶ୍ରମିକ ନିୟୋଜନ ପାଇଁ ଲକ୍ଷ୍ୟ, ପଞ୍ଚାୟତିରାଜ ମନ୍ତ୍ରୀ, ଭୁବନେଶ୍ବର ଖବର, Bhubaneswar News
ମନରେଗା ଯୋଜନାରେ ଦୈନିକ ୨୦ଲକ୍ଷ ଶ୍ରମିକ ନିୟୋଜନ ପାଇଁ ଲକ୍ଷ୍ୟ
author img

By

Published : Jun 8, 2020, 9:13 PM IST

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ମନରେଗା (ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି) ଯୋଜନାରେ ୨୦କୋଟି କାର୍ଯ୍ୟଦିବସ ଯୋଗାଇ ଦେବାପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨କୋଟି ୩୯ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି ହୋଇଥିବା ଜଣାଯାଇଛି । ମନରେଗାର ଅଗ୍ରଗତି ସମ୍ପର୍କରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା କରିଥିବା ସମୀକ୍ଷାରୁ ଏହି ସୂଚନା ମିଳିଛି । କୋରୋନା ସମୟରେ ଦୈନିକ ୨୦ଲକ୍ଷ ଶ୍ରମିକଙ୍କୁ ନିୟୋଜିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ଏହା ଯେଭଳି ଠିକଣା ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ମନ୍ତ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଲକ୍ଷ୍ୟର ୮୧ ପ୍ରତିଶତ ଅର୍ଥାତ ଦୈନିକ ୧୬ଲକ୍ଷ ୧୪ହଜାର ଶ୍ରମିକ ଏହି ଯୋଜନାରେ କାର୍ଯ୍ୟ କରିଥିବା ଜଣାଯାଇଛି ।

ରାଜ୍ୟର ଚାରି ଜିଲ୍ଲା କଳାହାଣ୍ଡି, ବଲାଙ୍ଗିର, ବରଗଡ ଓ ନୂଆପଡାର ୨୦ଟି ବ୍ଲକ ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଏହିସବୁ ଜିଲ୍ଲାରେ ଶ୍ରମିକମାନଙ୍କୁ ଅତରିକ୍ତ ଭାବେ ୯୧ଟଙ୍କା ଅଧିକ ମଜୁରୀ ପ୍ରଦାନ କରାଯାଉଛି । ଫଳରେ ଦୈନିକ ମୂଳ ମଜୁରୀ ୨୦୭ ଟଙ୍କା ସହିତ ୯୧ ଟଙ୍କା ମିଶାଇ ସେମାନେ ୨୯୮ଟଙ୍କା କରି ପାଉଛନ୍ତି । ଏହି ଚାରିଟି ଜିଲ୍ଲାରେ ଚଳିତମାସ ୪ ତାରିଖ ସୁଦ୍ଧା ଏକ ଲକ୍ଷ ୭୮ହଜାର ଶ୍ରମିକ ନିୟୋଜିତ ହୋଇଥିବାବେଳେ ୨୧ଲକ୍ଷ ୯୪ହଜାର କାର୍ଯ୍ୟଦିବସ ସୃଷ୍ଟି ହୋଇପାରିଛି । ମନରେଗା ଯୋଜନାରେ ରାଜ୍ୟରେ ଏକ ଲକ୍ଷ ପୋଖରୀ ଖୋଳିବାପାଇଁ ଲକ୍ଷ୍ୟ ରଖାଯାଇଛି । ଏଥି ସହିତ ଉଦ୍ୟାନ ବିଭାଗ ମାଧ୍ୟମରେ ୨୩,୧୩୪ ହେକ୍ଟର ଜମିରେ ବୃକ୍ଷରୋପଣ, ୮୦୦୦ ବିଦ୍ୟାଳୟରେ ବୃକ୍ଷରୋପଣ, ୧.୭୫ କୂପ ଖନନ ସହିତ ୨୦୪୯ଟି ଅଙ୍ଗନବାଡି କୋଠା ନିର୍ମାଣ କରାଯିବ । ଏହିସବୁ କାର୍ଯ୍ୟ ଲାଗି ଜଙ୍ଗଲ ଓ ପରିବେଶ ବିଭାଗକୁ ମନରେଗାର ୬୮୯କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟକୁ ୧୧୩୯କୋଟି, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗକୁ ୧୪୬କୋଟି ୨୬ଲକ୍ଷ, ଜଳସମ୍ପଦ ବିଭାଗକୁ ୧୦୨କୋଟି ୯୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହାସହ ରେଶମ ଚାଷ ପାଇଁ ୨୬କୋଟି ୯୭ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଇତି ମଧ୍ୟରେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟରେ ସର୍ବାଧିକ ୫୨,୪୬୫ ଜଣ ଶ୍ରମିକ ନିୟୋଜିତ ହୋଇଥିବାବେଳେ ଜଙ୍ଗଲ ଓ ପରିବେଶ ବିଭାଗରେ ୨୬,୫୫୦ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୧୮,୮୩୯ ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି । ଓଡିଶାକୁ ଫେରୁଥିବା ସମସ୍ତ ପ୍ରବାସୀଙ୍କୁ ତୁରନ୍ତ ଶ୍ରମିକ କାର୍ଡ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଗ୍ରାମରେ ଅତି କମରେ ଦୁଇଟି ଗୋଷ୍ଠୀ କାର୍ଯ୍ୟ କରିବା ପାଇଁ କୁହାଯାଇଛି । ଶ୍ରମିକମାନେ ଯେଭଳି କାର୍ଯ୍ୟପାଇଁ ଆଗେଇ ଆସିବେ ସେଥିପାଇଁ ବିଭିନ୍ନ ଶ୍ରମିକ ସଂଘ, ବେସରକାରୀ ସଂସ୍ଥା ଓ ଏସଏଚଜି ମାନଙ୍କୁ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଯୋଜନାରେ ଅଧିକରୁ ଅଧିକ ଶ୍ରମିକ ନିୟୋଜିତ ପାଇଁ କୁହାଯାଇଥିବା ବେଳେ କନ୍ଦେୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠିରୁ ଅତିରିକ୍ତ ୯୧ଟଙ୍କା ଦେଇ ଶ୍ରମିକଙ୍କୁ ମୋଟ ୨୯୮ଟଙ୍କା ମଜୁରୀ ଦେବାପାଇଁ କୁହାଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡିକେ ସିଂହ, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.