ETV Bharat / city

ଚୁକ୍ତିଭିତ୍ତିକ ଚାକିରୀକୁ ପ୍ରତ୍ଯାହାର କରନ୍ତୁ ରାଜ୍ୟ ସରକାର: କଂଗ୍ରେସ - state government should revoke the contractual job

କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ। ଏଥିରେ ସେ ଚୁକ୍ତିଭିତ୍ତିକ ଚାକିରୀକୁ ରାଜ୍ୟ ସରକାର ପ୍ରତ୍ଯାହାର କରନ୍ତୁ ବୋଲି ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଚୁକ୍ତିଭିତ୍ତିକ ଚାକିରୀକୁ ପ୍ରତ୍ଯାହାର କରନ୍ତୁ ରାଜ୍ୟ ସରକାର: କଂଗ୍ରେସ

author img

By

Published : Aug 28, 2021, 2:50 PM IST

ଭୁବନେଶ୍ବର: କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ। ସେ ଏହି ସମ୍ମିଳନୀରେ କହିଛନ୍ତି ଯେ, ‘ରାଜ୍ୟ ସରକାର ନିଜ ସହଯୋଗୀମାନଙ୍କୁ ଅର୍ଥାତ କର୍ମଚାରୀଙ୍କୁ ନିୟମିତ ଚାକିରୀରେ ନରଖି କାହିଁକି ଏକ ଚୁକ୍ତିଭିତ୍ତିକ ଚାକିରୀ ଭଳି ଏକ କୁସ୍ଚିତ ବ୍ୟବସ୍ଥାରେ ରଖିଛନ୍ତି । ଏପରିକି ଚୁକ୍ତିରେ ୬ ବର୍ଷ ରହିବେ ବୋଲି କୁହାଯାଉଛି । କିନ୍ତୁ ତାହା ବି କରାଯାଉନା। ସରକାର ଯଦି କହୁଛନ୍ତି ଏମାନେ ଆମ ପରିବାରର ସଦସ୍ୟ । ହେଲେ ଏଠି ପୋଲିସ ବିଭାଗରେ ମଧ୍ୟ ଠିକା ନିଯୁକ୍ତି ଦିଆଯାଉଛି ।

ଚୁକ୍ତିଭିତ୍ତିକ ଚାକିରୀକୁ ପ୍ରତ୍ଯାହାର କରନ୍ତୁ ରାଜ୍ୟ ସରକାର: କଂଗ୍ରେସ

କିଛି ବିଭାଗରେ ଆଉଟ ସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦିଆଯାଉଛି । ୬୫ ହଜାର ଠିକା ନିଯୁକ୍ତି ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ଏପଟେ ଆଗକୁ ପଞ୍ଚାୟତ ନିର୍ବାଚନ ଅଛି । ତେଣୁ ଏହି ଠିକା କର୍ମଚାରୀଙ୍କୁ ପୁଣି ସରକାର ଠକିବାକୁ ଚେଷ୍ଟା କରିବେ ବୋଲି କଂଗ୍ରେସ ଆଶଙ୍କା କରୁଛି । ରାଜ୍ୟବାସୀ ଜଣାନ୍ତୁ, ଯେ କାହିଁକି ସେମାନେ ନିଜ ରାଜ୍ୟରେ ଦାଦନ ଖଟିବେ । ମାସିକ ୧୫୦ କୋଟି ଟଙ୍କା ହେଲେ ବର୍ଷକୁ ୨ ହଜାର କୋଟି ଟଙ୍କାର କମିଶନ ଖାଉଛନ୍ତି ରାଜ୍ୟ ସରକାର । କଂଗ୍ରେସ ଦାବି କରୁଛି, ରାଜ୍ୟ ସରକାର ଠିକା ନିଯୁକ୍ତି ବ୍ୟବସ୍ଥା ବନ୍ଦ କରନ୍ତୁ । ଆଉ ଯେ ପର୍ଯ୍ୟନ୍ତ, ତାହା ବନ୍ଦ କରି ନାହାନ୍ତି, ଠିକା କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଅନୁସାରେ ଦରମା ଦିଅନ୍ତୁ ।

ସରକାର ହଜାର ହଜାର ପିଲାଙ୍କର ଭବିଷ୍ୟତକୁ ନଷ୍ଟ କରି ଦେଉଛନ୍ତି ’ବୋଲି ପିସିସି ମିଡିଆ ସେଲ ଆବାହକ ସତ୍ୟ ପ୍ରକାଶ ନାୟକ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.