ETV Bharat / city

‘ଗୁଣାତ୍ମକ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର’

ଗୁଣାତ୍ମକ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶକୁ ରାଜ୍ୟ ସରକାର ଅଧିକ ଗୁରୁତ୍ବ ଦେଉଥିବା କହିଛନ୍ତି ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ଅଧିକ ପଢନ୍ତୁ...

author img

By

Published : Jun 7, 2021, 8:11 PM IST

ଗୁଣାତ୍ମକ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର: ଛାତ୍ର ବିଜେଡି

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତତ୍ଵରେ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ବିକାଶ ପାଇଁ ସଦାସର୍ବଦା ଗୁରୁତ୍ବ ଦେଇ ଆସିଛନ୍ତି । ରାଜ୍ୟରେ ମୋ ସରକାର ଓ 5T ଅଧୀନରେ ଶିକ୍ଷାଭିତ୍ତିକ ଅନେକ ଉନୟନମୂଳକ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି କହିଛନ୍ତି ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।

ଗତକାଲି ସଦ୍ୟ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ କାର୍ଯ୍ୟ ସମ୍ପାଦନ ମାନ୍ୟତା ସୂଚୀ (ପିଜିଆଇ) ରିପୋର୍ଟ ଆଧାରରେ ଓଡ଼ିଶାର ଶିକ୍ଷା ଭିତ୍ତିଭୂମି ବିକାଶରେ ୨୦% ସୁଧାର ଆସିଛି । ଓଡ଼ିଶା ତୁଳନାରେ ଅରୁଣାଚଳ ପ୍ରଦେଶ, ପଡୁଚେରୀ, ମଣିପୁର, ପଞ୍ଜାବ ଭଳି ଅନେକ ରାଜ୍ୟର ବିକାଶ ହାର କମ ରହିଛି । ଏହି ରିପୋର୍ଟ ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଖୁସି ବ୍ୟକ୍ତ କରିଛନ୍ତି।

ଦେବୀ କହିଛନ୍ତି ଯେ, ରାଜ୍ୟ ସରକାର ମୋ ସ୍କୁଲ ଏବଂ ପୋଷ୍ୟ ସ୍କୁଲ ମାଧ୍ୟମରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଅନେକ ବିକାଶ କାର୍ଯ୍ୟକ୍ରମ ତ୍ଵରାନିତ କରାଯାଉଛି । ରାଜ୍ୟ ସରକାର ସ୍ମାର୍ଟ୍ କ୍ଲାସରୁମ, ଉଚ୍ଚଶିକ୍ଷା ପଦ୍ଧତି, ତଥା ଛାତ୍ରଛାତ୍ରୀମାନଙ୍କ ବୃତ୍ତି ବ୍ୟବସ୍ଥା ଭଳି ଅନେକ ଯୋଜନା ଶିକ୍ଷା ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ କରାଇ ଶିକ୍ଷା ଭିତ୍ତଭୂମିର ବିକାଶ ଧାରାକୁ ତ୍ଵରାନିତ କରିଛନ୍ତି । ତା ସହିତ ରାଜ୍ୟ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ବିକାଶ କାର୍ଯ୍ୟକ୍ରମ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଶିକ୍ଷା ବିକାଶ କ୍ଷେତ୍ରରେ ଗୁରୁତ୍ବ ପ୍ରଦାନ କରିଛନ୍ତି । ଏବଂ ରାଜ୍ୟ ସରକାରଙ୍କ ଶିକ୍ଷା ଭିତ୍ତିକ ସମସ୍ତ ଉନ୍ନୟମୂଳକ ଯୋଜନା ରାଜ୍ୟ ଶିକ୍ଷା ବିକାଶ ସୁଧାର କ୍ଷେତ୍ରରେ କାର୍ଯ୍ୟରତ ଯାହା ସଦ୍ୟ ପୀଜିଆଇ ରିପୋର୍ଟରେ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ବିକାଶ କ୍ଷେତ୍ରରେ ଏହି ରିପୋର୍ଟ ଏକ ଶ୍ରେଷ୍ଠ ଉଦାହରଣ ବୋଲି କହିଛନ୍ତି ଦେବୀ । ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ତଥା ସମସ୍ତ ବିଭାଗୀୟ କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.