ETV Bharat / city

ମହାରାଷ୍ଟ୍ରକୁ ପୁଣି ସହାୟତା, ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର

ମହାରାଷ୍ଟ୍ର ସରକାରଙ୍କୁ ପୁଣି ସହାୟତାର ହାତ ବଢ଼େଇଲେ ଓଡ଼ିଶା ସରକାର । ଅକ୍ସିଜେନ ଯୋଗାଣ ପରେ ନଭି ମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

author img

By

Published : May 7, 2021, 7:01 PM IST

ନଭି ମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ବର: ମହାରାଷ୍ଟ୍ର ସରକାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଓଡ଼ିଶା ସରକାର । ଅକ୍ସିଜେନ ଯୋଗାଇ ମହାରାଷ୍ଟ୍ରର ହୃଦୟ ଜିତିଥିଲା ଓଡିଶା । ଆଉ ଏବେ ନଭି ମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର ।

ନଭି ମୁମ୍ବାଇରେ ରହିଛି ଓଡିଶା ଭବନ । ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କ ଆଇସୋଲେସନ ନିମନ୍ତେ ନଭି ମୁମ୍ବାଇ ମହାନଗର ନିଗମ ଏହାକୁ ଭଡ଼ାରେ ନେଇଛନ୍ତି । ଓଡ଼ିଶା ଭବନକୁ 2020 ଏପ୍ରିଲରୁ ବ୍ୟବହାର କରିଆସୁଥିଲେ । ଏଥିପାଇଁ ପ୍ରତି ମାସ ଓଡିଶା ସରକାରଙ୍କୁ ଭଡା ଦିଅନ୍ତି ନଭି ମୁମ୍ବାଇ ମହାନଗର ନିଗମ ।

ତେବେ ଏହି ଭଡା ଟଙ୍କାକୁ ଛାଡ଼ କରିଦେଇଛନ୍ତି ରାଜ୍ୟ ସରକାର । ଏହି ଭଡା ଟଙ୍କା ଛାଡ଼ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଭଡ଼ା ବାବଦରେ ଦେୟ 2 କୋଟି 16 ହଜାର ଟଙ୍କା ଥିଲା । ମହାମାରୀର ଏ ବିପଦ ସମୟରେ ମାନବିକତା ତଥା ମୁମ୍ବାଇର ଜନସାଧାରଣଙ୍କ ପ୍ରତି ସଦିଚ୍ଛା ପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ପୂର୍ବକ ଭଡା ଦେୟକୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁତର କୋଭିଡ଼ ରୋଗୀଙ୍କ ଚିକିତ୍ସା ନିମନ୍ତେ ଓଡ଼ିଶା ମହାରାଷ୍ଟ୍ରକୁ ଜରୁରୀ ଭିର୍ତ୍ତିରେ ଗତ 15 ଦିନ ହେଲା ଅକ୍ସିଜେନ ମଧ୍ୟ ଯୋଗାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.