ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ରାଜ୍ୟ ସରକାର କିଣିଥିବା ୧ ଲକ୍ଷ କୋଭିସିଲ୍ଡ ଟିକା । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ ଏହି ଟିକା ।
18-44 ବର୍ଷ ବର୍ଗ ଟୀକାକରଣ ପାଇଁ ରାଜ୍ୟ ସରକାର କିଣିଥିବା ପ୍ରଥମ 1 ଲକ୍ଷ କୋଭିସିଲ୍ଡ ଟିକା ଶନିବାର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛି। ସେରମ ଇନଷ୍ଟିଟ୍ୟୁଟ ପଠାଇଛି ଏହି ଟିକା ।
ପ୍ରକାଶ ଥାଉକି, ମେ 1 ତାରିଖରୁ ଦେଶବ୍ୟାପୀ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇଛି । ବର୍ତ୍ତମାନ କେବଳ ରାଜଧାନୀ ଭୁବନେଶ୍ବରରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଅନ୍ୟ ଜିଲ୍ଲାଗୁଡିକରେ ଟିକାକରଣ ଆରମ୍ଭ ହେବାନେଇ ରାଜ୍ୟ ସରକାର କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ