ETV Bharat / city

ଫ୍ରଣ୍ଟଲାଇନ କୋଭିଡ଼ ଯୋଦ୍ଧା ନେବେ ଟିକା, ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ

author img

By

Published : Jan 31, 2021, 12:48 PM IST

ଆସନ୍ତା ଫେବୃଆରୀ 6 ରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ଫ୍ରଣ୍ଟଲାଇନ କୋଭିଡ଼ ଯୋଦ୍ଧାଙ୍କୁ ପ୍ରାଥମିକତା ଆଧାରରେ ଟିକା ଦିଆଯିବ ।

ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ
ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ

ଭୁବନେଶ୍ବର: ସାରା ଦେଶରେ ଗତ ଜାନୁଆରୀ 16ରୁ ଆରମ୍ଭ ହୋଇଥିବା ଟୀକାକରଣ ସୁରୁଖୁରୁରେ ଚାଲିଥିବାବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଫେବୃଆରୀ 6ରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ଫ୍ରଣ୍ଟଲାଇନ କୋଭିଡ଼ ଯୋଦ୍ଧାଙ୍କୁ ପ୍ରାଥମିକତା ଆଧାରରେ ଟିକା ଦିଆଯିବ ।

ପ୍ରାୟ ଦୁଇ ଲକ୍ଷ ଫ୍ରଣ୍ଟଲାଇନ କୋଭିଡ଼ ଯୋଦ୍ଧାଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଟିକା ଦିଆଯିବ । ଏହାସହ ଆସନ୍ତା ଫେବୃଆରୀ 15 ତାରିଖରେ ଦ୍ବିତୀୟ ଡୋଜ ଦିଆଯିବା ନେଇ ଲକ୍ଷ୍ୟ ରହିଛି। ଫ୍ରଣ୍ଟଲାଇନ କୋଭିଡ଼ ଯୋଦ୍ଧାଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଟିକା ଦିଆଯିବା ସହ 15ରେ ଦ୍ବିତୀୟ ଡୋଜ ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି।

ଗୃହ, ପ୍ରତିରକ୍ଷା, ରାଜସ୍ବ ବିପର୍ଯ୍ୟୟ ପରିଚାଳନା, ଗୃହ ଓ ନଗର ଉନ୍ନୟନ ବିଭାଗର କର୍ମଚାରୀମାନଙ୍କୁ ଆଜି(ରବିବାର)ରାତି 12 ସୁଦ୍ଧା ପଞ୍ଜିକରଣ କରିବାକୁ କୁହାଯାଇଛି। ଆସନ୍ତା 15 ତାରିଖରେ ଦ୍ବିତୀୟ ଡୋଜ ଦିଆଯିବା ନେଇ ଲକ୍ଷ୍ୟ ରହିଥିବାବେଳେ 6 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ।

ଏବେସୁଦ୍ଧା ରାଜ୍ୟରେ 2 ଲକ୍ଷ 6 ହଜାର 424 ଜଣ ଆଗଧାଡିର କୋରାେନା ଯୋଦ୍ଧା କୋଭିଡ ଟିକା ନେଇ ସାରିଲେଣି । ଏନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.