ETV Bharat / city

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଜଳଯୋଗାଣ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ - ଜଳଯୋଗାଣ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ

ବାତ୍ୟା ୟସ ଦ୍ବାରା ପ୍ରଭାବିତ ହୋଇଥିବା ଜଳଯୋଗାଣ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ ଗ୍ରାମ୍ୟ ଜଳଯୋଗାଣ ଡିଭିଜନ ଅନ୍ତର୍ଗତ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହେଉଛି । ଅଧିକ ପଢନ୍ତୁ...

ଯୁଦ୍ଧକାଳିନୀ ଭିତ୍ତିରେ ଚାଲିଛି ଜଳଯୋଗାଣ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ

author img

By

Published : May 28, 2021, 8:27 PM IST

ଭୁବନେଶ୍ବର: ବାତ୍ୟା ୟସ ଦ୍ବାରା ପ୍ରଭାବିତ ହୋଇଥିବା ଜଳଯୋଗାଣ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ ଗ୍ରାମ୍ୟ ଜଳଯୋଗାଣ ଡିଭିଜନ ଅନ୍ତର୍ଗତ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହେଉଛି।

ବାଲେଶ୍ଵର ଗ୍ରାମ୍ୟ ଜଳଯୋଗାଣ ଡିଭିଜନ ଅନ୍ତର୍ଗତ ସମସ୍ତ ୬୬୫ଟି ଜଳଯୋଗାଣ ପ୍ରକଳ୍ପ ବାତ୍ୟାରେ ପ୍ରଭାବିତ ହୋଇଛି । ଜେନେରେଟର ସେଟ୍ ଦ୍ଵାରା ବିଦ୍ୟୁତ ଶକ୍ତି ଯୋଗାଣ ଦିଆଯାଇ ୬୬୫ଟି ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି ।

ଏଥି ନିମନ୍ତେ ୧୪୪ଟି ଜେନେରେଟର ଉପଯୋଗ କରାଯାଇଛି । ଡିଭିଜନ ଅନ୍ତର୍ଗତ ୪୪୦ଟି ଓଭରହେଡ୍ ଟାଙ୍କି ମଧ୍ୟରୁ ୨୧୪ଟି ଓଭରହେଡ୍ ପାଣିଟାଙ୍କିରେ ପାନୀୟ ଜଳ ଭର୍ତ୍ତି କରାଯାଇଛି ।

୮୫ଟି ପିଭିସି ସିଟାକ୍ସ ଟାଙ୍କି ବ୍ୟବହାର କରାଯାଇଛି । ଏହା ସହ ଅଧିକ ୧୦୦ଟି ଟାଙ୍କି ଜିଲ୍ଲାକୁ ପଠାଯାଇଛି । ଜିଲ୍ଲାରେ ୩ଟି ଭ୍ରାମ୍ୟମାଣ ପାନୀୟ ଜଳ ବିଶୁଦ୍ଧକରଣ ପ୍ଲାଣ୍ଟ କାର୍ଯ୍ୟକରୁଛି । ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ୩୭ ଜଣ ଇଲେକ୍ଟ୍ରିସିଆନ୍ ମୁତୟନ ହୋଇଛନ୍ତି ।

ଏହିପରି ମୋଟ ୭ଟି ଜିଲ୍ଲାର ୩୦୬୪ ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ୨୩୯୨ଟି ପ୍ରକଳ୍ପ ପ୍ରଭାବିତ ହୋଇଥିଲା । ଏହାକୁ ୪୩୩ଟି ଜେନେରେଟର ମାଧ୍ୟମରେ ବିଦ୍ୟୁତଶକ୍ତି ଯୋଗାଇ ଦିଆଯାଇ ୧୦୭୧ଟି ପାଇପ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଛି ।

ସମସ୍ତ ଡିଭିଜନ୍‌ର ମୋଟ ୧୮୪୯ଟି ଓଭରହେଡ୍ ଟାଙ୍କି ମଧ୍ୟରୁ ୧୬୧୭ଟି ଟାଙ୍କିରେ ପାନୀୟ ଜଳ ଭର୍ତ୍ତି କରାଯାଇଅଛି । ୫୧୨ଟି ପିଭିସି ଟାଙ୍କି ବ୍ୟବହାର କରାଯାଇଛି । ଜିଲ୍ଲାମାନଙ୍କରେ ମୋଟ ୧୦ଟି ଭ୍ରାମ୍ୟମାଣ ପାନୀୟ ଜଳ ବିଶୁଦ୍ଧକରଣ ପ୍ଲାଣ୍ଟ କାର୍ଯ୍ୟ କରୁଛି ।

ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ୧୪୧ ଜଣ ଇଲେକ୍ଟ୍ରିସିଆନ୍ ମୁତୟନ ହୋଇଛନ୍ତି । ଏଥି ସହିତ ୧୫ ଜଣ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ କେବଳ ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ନିୟୋଜିତ କରାଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.